ଦେଶ ବିଦେଶ

ବାଂଲାଦେଶ ପୁଣି ଅଶାନ୍ତ

Spread the love

ବାଂଲାଦେଶରେ ପୁଣି  ଅଶାନ୍ତି | ମଙ୍ଗଳବାର ରାତିରେ ଆନ୍ଦୋଳନକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନ ତଥା ବଙ୍ଗଭବନ ଭଙ୍ଗାରୁଜା କରିଛନ୍ତି।  ଦୀର୍ଘ ମାସ ବ୍ୟାପୀ ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ସଙ୍କଟ ପାଇଁ ଶେଖ୍‌ ହସିନାଙ୍କ ୧୬ ବର୍ଷର ଶାସନର ଅନ୍ତ ହେବାପରେ ଏବେ ପୁଣି ବାଂଲାଦେଶରେ ନୂଆ ଉତ୍ତେଜନା ଦେଖିବାକୁ ମିଳିଛି।

ଗତ ସପ୍ତାହରେ ରାଷ୍ଟ୍ରପତି ଶାହବୁଦ୍ଦିନ ଏକ ସ୍ଥାନୀୟ ଖବରକାଗଜକୁ କହିଥିଲେ ଯେ ଅଗଷ୍ଟ ୫ ତାରିଖରେ ଶେଖ୍‌ ହସିନା ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ପାଖରେ କିଛି ପ୍ରମ‌ାଣ ନାହିଁ ଏବଂ ସେ କେବଳ ଏହା ଶୁଣିଛନ୍ତି।  କିନ୍ତୁ ଏହା ପୂର୍ବରୁ  ଅଗଷ୍ଟ ୫ ତାରିଖରେ ରାଷ୍ଟ୍ରପତି ସର୍ବସାଧାରଣରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ତାଙ୍କ ଇସ୍ତଫାପତ୍ର   ଦେଇଛନ୍ତି ଏବଂ ମୁଁ ତାହା ଗ୍ରହଣ କରିଛି।  ଏବେ ରାଷ୍ଟ୍ରପତି ତାଙ୍କ ବୟାନ ବଦଳାଇବାରୁ   ପୁଣି ଆନ୍ଦୋଳନ ଆରମ୍ଭ ହୋଇଛି।  ହଜାର ହଜାର ଆନ୍ଦୋଳନକାରୀ  ଆଜି ମଧ୍ୟ ରାଷ୍ଟ୍ରପତିଙ୍କ ବାସଭବନ ଘେରାଉ କରିଛନ୍ତି।  ଯଦି ହସିନା ଇସ୍ତଫା ଦେଇନଥିବା ପ୍ରମାଣିତ ହୁଏ, ତା’ହେଲେ  ବର୍ତ୍ତମାନର ଅନ୍ତରୀଣ ସରକାର ବୈଧ ସାବ୍ୟସ୍ତ ହୋଇପାରିବ ନାହିଁ।

Leave a Reply

Your email address will not be published. Required fields are marked *