ଦେଶ ବିଦେଶ

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର: ‘ଦମନ’କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Spread the love

: ଫିଚର୍‌ ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଦମନକୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି। ସ୍ଥାନୀୟ ବିଜ୍ଞାନ ଭବନରେ ଆୟୋଜିତ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତିଙ୍କ ଠାରୁ ଚଳଚ୍ଚିତ୍ରର ପ୍ରଯୋଜକ ଦୀପେନ୍ଦ୍ର ସାମଲ, ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ପୁରସ୍କାର ଗ୍ରହଣ କରିଥିଲେ।ପୁରସ୍କାର ବାବଦରେ ରଜତ କମଳ ସହ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ହିନ୍ଦୀ ଭାଷାର ଅଣଫିଚର ଫିଲ୍ମ ୟାନ (ଯାନ) ପାଇଁ ଶ୍ରେଷ୍ଠ ସାଉଣ୍ଡ୍‌ ଡିଜାଇନର୍‌ ଭାବେ ଶ୍ରୀ ଚୌଧୁରୀ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବାବଦରେ ଶ୍ରୀ ଚୌଧୁରୀଙ୍କୁ ରଜତ କମଳ ସହ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ‘ଦମନ’ର ପ୍ରଯୋଜକ ଓ ନିର୍ଦ୍ଦେଶକ ଏବଂ ‘ୟାନ’ର ଶ୍ରେଷ୍ଠ ସାଉଣ୍ଡ ଡିଜାଇନର୍‌ ପୁରସ୍କାର ଗ୍ରହଣ କରିବା ପରିପ୍ରେକ୍ଷୀରେ କହିଛନ୍ତି, ଜାତୀୟ ପୁରସ୍କାର ସେମାନଙ୍କୁ ଆଗକୁ ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *