ଦେଶ ବିଦେଶ

ଭାରତରେ ବନ୍ଦ୍‌ ହେଲା ପାକିସ୍ତାନର ‘ଏକ୍ସ’ ଆକାଉଣ୍ଟ୍‌

Spread the love

ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଭାରତୀଙ୍କର ମୃତ୍ୟୁ ହେବା ପରେ ଭାରତ ପାକିସ୍ତାନ ମଧ୍ୟରେ ଗଣ୍ଡଗୋଳ ପୁଣି ତୀବ୍ର ହୋଇଛି। ପାକିସ୍ତାନ ସରକାରର ସରକାରୀ ‘ଏକ୍ସ’ ଆକାଉଣ୍ଟକୁ ଭାରତରେ ଏବେ ବନ୍ଦ୍‌ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ସୁରକ୍ଷା କମିଟି (ସିସିଏସ୍) ଏପ୍ରିଲ ୨୩ରେ ପହଲଗାମରେ ହୋଇଥିବା ଆକ୍ରମଣର ଭାରତର ପ୍ରତିକ୍ରିୟା ନିର୍ଣ୍ଣୟ କରିବା ପାଇଁ ବୈଠକ କରିଥିଲା। ସିସିଏସ୍ ପାକିସ୍ତାନ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂକଳ୍ପ ନେଇଛି।

ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅତି କଠୋର ପଦକ୍ଷେପ ଗ୍ରହଣ କରିଛି । ଦୁଇ ଦେଶ ମଧ୍ୟରେ ନେହେରୁ ସରକାରଙ୍କ ସମୟରେ ସ୍ବାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରାଯାଇଛି । ଏହା ସହିତ ଓ୍ବାଘା-ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି ।

ବୁଧବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି (ସିସିଏସ) ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବୈଠକ ପରେ କେନ୍ଦ୍ର ବୈଦେଶିକ ସଚିବ ବିକ୍ରମ ମିସ୍ରି ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସିସିଏସ ବୈଠକରେ ନିଆଯାଇଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କର ଭିସା ବାତିଲ କରାଯାଇଛି।

Leave a Reply

Your email address will not be published. Required fields are marked *