ରାଜ୍ୟ

ବାଲିଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Spread the love

ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା । ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାନଦୀ ରିଭର୍ ଫ୍ରଣ୍ଟର ବିକାଶ ପାଇଁ ପୂର୍ବରୁ ବଜେଟ୍ ରେ ୫୦ କୋଟି ଟଙ୍କା ର ପ୍ରାବଧାନ ଥିଲା ଏବେ ଆଉ ଅଧିକ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଣିକି ସମୁଦାୟ ୨୦୦ କୋଟି ବଜେଟ୍ ବ୍ୟବସ୍ଥାରେ ଉଭୟ କଟକ ଓ ସମ୍ବଲପୁର ମହାନଦୀ ରିଭର ଫ୍ରଣ୍ଟର ବିକାଶ କରାଯିବ ।ବାଲିଯାତ୍ରା ପାଇଁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ମହାନଦୀ ପଠା । ଏଥର ୧୪ଟି ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଛନ୍ତି। ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ଲେଜର ଲାଇଟ, ଡ୍ରୋନ ସୋ, ବଲିଉଡ ନାଇଟ, ପୂର୍ବ ବର୍ଷ ଭଳି କଟକ ଇନ କଟକ ଥିବା ବେଳେ ତା ଭିତରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ରହିଛି। ଓଡ଼ିଆ ସିନେମାର ୫୦ ବର୍ଷର କ୍ରମବିକାଶ ଏଥିରେ ସ୍ଥାନ ପାଇବ । ଏହି ଐତିହାସିକ ଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ପହଂଚାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *