ଆମେରିକାରେ ମଝି ଆକାଶରେ ବିମାନ ଦୁର୍ଘଟଣା
ଆମେରିକାରେ ବଡ ବିମାନ ଦୁର୍ଘଟଣା । ମଝି ଆକାଶରେ ଧକ୍କା ହେଲା ବିମାନ ଓ ହେଲିକପ୍ଟର ।ବିମାନବନ୍ଦର ଆକାଶରୁ ଯେତେବେଳେ ବିମାନ ଲ୍ୟାଣ୍ଡିଂ କରୁଥିଲା ସେତେବେଳେ ଆମେରିକାର ସେନା ହେଲିକପ୍ଟର ବ୍ଲାକ୍ ହକ୍ ସହ ଆମେରିକାନ ଏୟାରଲାଇନର ଧକ୍କା ହୋଇଥିଲା । ଆଉ ଦୁର୍ଘଟଣା ପରେ ବିମାନଟି ନିକଟସ୍ଥ ପୋଟମାକ୍ ନଦୀକୁ ଖସିପଡିଛି । ତେବେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିମାନରେ ମୋଟ ୬୦ ଯାତ୍ରୀଙ୍କ ସହ କ୍ରିୟୁ ମେମ୍ବର ଥିଲେ ଏବଂ ହେଲିକପ୍ଟରରେ ୩ ଜଣ ଯବାନ ଥିଲେ ।

