କ୍ରୀଡା

୧୨ ବର୍ଷ ପରେ ଘରୋଇ କ୍ରିକେଟ୍‌କୁ ଫେରିବାକୁ ଯାଉଛନ୍ତି କିଂବଦନ୍ତି ବ୍ୟାଟର୍ ବିରାଟ କୋହଲି

Spread the love

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଖେଳିବେ ରଣଜୀ ଟ୍ରଫି । ଆଜି ଦିଲ୍ଲୀ ଏବଂ ରେଲୱେ ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିରେ ମୈଦାନକୁ ଓଲ୍ହାଇବେ ବିରାଟ କୋହଲି । ରଣଜୀ ଟ୍ରଫି ଖେଳିବା ପାଇଁ ବିରାଟ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ମ୍ୟାଚ ଖେଳିବା ପାଇଁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ କୋହଲି ଅଭ୍ୟାସ କରୁଥିବାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି । ଖେଳାଳି ମାନଙ୍କ ସହ କୌତହଳ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

କୁହାଯାଉଛି ବିରାଟଙ୍କ ପାଇଁ ଏହି ମ୍ୟାଚକୁ ଦର୍ଶକ ଫ୍ରିରେ ଦେଖିପାରିବେ । ତେଣୁ ବିରାଟଙ୍କ ପାଇଁ ସୁରକ୍ଷା ବଢାଇ ଦିଆଯାଇଛି । ବିରାଟ ଶେଷ ଥର ପାଇଁ ୨୦୧୨ରେ ରଣଜୀ ଖେଳିଥିଲେ । ତେବେ ୧୨ ବର୍ଷ ପରେ ବିରାଟ କୋହଲି ରଣଜୀ ଖେଳିବାକୁ ଓହ୍ଲାଇଛନ୍ତି ।

Leave a Reply

Your email address will not be published. Required fields are marked *