ଦ୍ଵିତୀୟ ଟି-୨୦ରେ ଧରାଶାୟୀ ହେଲା ଭାରତ
ବିଜୟ ଆଶାରେ ମଇଦାନକୁ ଓହ୍ଲାଇଥିଵା ଟିମ ଇଣ୍ଡିଆ ଗତକାଲି ଦ୍ଵିତୀୟ ଥର ପାଇଁ ୱେଷ୍ଟଇଣ୍ଡିଜ ଠାରୁ ହାରିଛି । ପ୍ରଥମେ ଟସ ଜିତି ଭାରତ ଵ୍ୟାଟିଙ୍ଗ ନିଷ୍ପତ୍ତି ନେଇଥିଲା ପରେ ପାୱରପ୍ଲେରେ ଶୁଭମନ ଗିଲ ଓ ସୂର୍ଯ୍ୟକୁମାର ଯାଦଵ ଆଉଟ ହୋଇଥିଲେ । ୧୨ ଓଭର ମଧ୍ୟରେ ଭାରତୀୟ ଦଳର ୪ ମୂଲ୍ୟଵାନ ୱିକେଟ ହରାଇଥିଲା ।
କେଵଳ ତିଲକ ଵର୍ମା ୪୧ ଵଲ୍ ରେ ୫୧ରନ ହାସଲ କରି ଭାରତକୁ ଏକ ଯୋଗ୍ୟ ସ୍କୋରରେ ପହଞ୍ଚାଇଥିଲେ । ୭ ୱିକେଟ୍ ଵିନିମୟରେ ଭାରତ ୧୫୨ ରନ କରିପାରିଥିଲା । ୧୫୨ ରନର ଲୋ ସ୍କୋର ଟାର୍ଗେଟର ପିଛାକରି ଓ୍ବେଷ୍ଟଇଣ୍ଡିଜ ଦଳ ୮ ୱିକୋଟ ହରାଇ ୧୮.୫ ଓଭରରେ ମ୍ୟାଚ୍ ଜିତି ନେଇଥିଲା । ୫ ମ୍ୟାଚ ଵିଶିଷ୍ଚ ସିରିଜରେ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଦଳ ୨-୦ ରେ ଆଗୁଆ ରହିଛି ।

