ଟୋୟମ୍ ହାଇଦ୍ରାବାଦକୁ ୧ ରନରେ ପରାସ୍ତ ;LLC ଫାଇନାଲରେ କୋଣାର୍କ ସୂର୍ଯ୍ୟାସ ଓଡିଶା
ଲିଜେଣ୍ଡସ୍ ଲିଗ କ୍ରିକେଟ ଫାଇନାଲରେ କୋଣାର୍କ ସୂର୍ଯ୍ୟାସ ଓଡିଶା । ରୋମାଞ୍ଚକର ମ୍ୟାଚରେ ଟୋୟମ୍ ହାଇଦ୍ରାବାଦକୁ ୧ ରନରେ ପରାସ୍ତ କଲା ଦଳ । ୧୫୭ ରନର ଟାର୍ଗେଟକୁ ପିଛା କରି ୧୫୫ ରନରେ ଅଟକିଲା ହାଇଦ୍ରାବାଦ ଟିମ୍ । ସୂର୍ଯ୍ୟାସ ଓଡିଶା ଅଧିନାୟକ ଇରଫାନ ପଠାନ ଖେଳିଲେ ଦମଦାର ଇନିଂସ ।ଲିଜେଣ୍ଡସ୍ ଲିଗ କ୍ରିକେଟ ଫାଇନାଲରେ କୋଣାର୍କ ସୂର୍ଯ୍ୟାସ ଓଡିଶା । ରୋମାଞ୍ଚକର ମ୍ୟାଚରେ ଟୋୟମ୍ ହାଇଦ୍ରାବାଦକୁ ୧ ରନରେ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି କରିଛି ଟିମ୍ । ୧୫୭ ରନର ଟାର୍ଗେଟକୁ ପିଛା କରି ୧୫୫ ରନରେ ଅଟକିଛି ହାଇଦ୍ରାବାଦ ଟିମ୍ । କୋଣାର୍କ ସୂର୍ଯ୍ୟାସ ଓଡିଶାର ରିଚାର୍ଡ ଲେଭି ୯ ବଲରେ ୬ ରନ୍ କରି ଆଉଟ ହେଇଥିବା ବେଳେ ମୁନାୱୀରା ୧୮ ବଲରେ ୧୮ ରନ କରିଥିଲେ। ୟୁସୁଫ ପାଠାନ ୪ ବଲରେ ୧୨ ରନ୍ କରିଥିଲେ। କେଭିନ୍ ଓ’ବ୍ରାଇନ୍ ଏବଂ ଅଧିନାୟକ ଇରଫାନ୍ ପଠାନ ପଞ୍ଚମ ୱିକେଟରେ ୭୯ ରନ୍ ଯୋଡ଼ିଥିଲେ। କେଭିନ୍ ୩୯ ବଲରେ ୫୦ ରନ୍ କରି ଆଉଟ ହୋଇଥିବାବେଳେ ଇରଫାନ ୩୫ ବଲରୁ ୪୯ ରନ୍ କରି ଅପରାଜିତ ଥିଲେ । ଓଡ଼ିଶା ଟିମ୍ ୫ ଓ୍ବିକେଟ ହରାଇ କରିଥିଲା ୧୫୬ ରନ୍ ।
