ସଲମାନ୍ ବଟ୍ଟ, କହିଲେ ଯେ ଦୁନିଆର ବେଷ୍ଟ କ୍ୟାପଟେନ୍ ଆଉ ସଫଳ ରଣନୀତିକାର ହେଉଛନ୍ତି-ଧୋନି
ଧୋନି କ୍ରେଜ୍ । ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇସାରିବା ପରେ ବି କ୍ରିକେଟ୍ ଦୁନିଆରେ ତାଙ୍କର ଜଲଓ୍ୱା ଜାରି ରହିଛି । ଏକଥା କହିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ୍ ବଟ୍ କହିଛନ୍ତି ।
ସେ କହିଛନ୍ତି ଯେ, ଧୋନି ଏବେ କ୍ରିକେଟ୍ରୁ ଅବସର ନେଇସାରିଛନ୍ତି । କିନ୍ତୁ ମୋ ମତରେ ସେ ଦୁନିଆରୁ ସବୁଠାରୁ ବେଷ୍ଟ କ୍ୟାପଟେନ୍ । ଯିଏକି ସବୁ ପରିସ୍ଥିତିରେ ଦଳକୁ ସମ୍ଭାଳିବାର କ୍ଷମତା ରଖିଥାନ୍ତି । ଦଳ ଯେତେବି କଠିନ ପରିସ୍ଥିତିରେ ପଡିଥାଉ, ଟିମ୍କୁ କିପରି ସେହି ସ୍ଥିତିରୁ ବାହାର କରିବା, ତାହା ଧୋନିଙ୍କୁ ବେଶ୍ ଭଲ ଭାବେ ଜଣାଥାଏ । ଯହାଲାଗି ଧୋନିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏତେ ସଫଳତା ପାଇଥିଲା । ପ୍ରଥମେ ୨୦୦୭ ଟି-୨୦ ବିଶ୍ୱକପ୍, ୨୦୧୧ ବିଶ୍ୱକପ୍, ୨୦୧୩ ଚମ୍ପିଆନ୍ସ ଟ୍ରଫି ଜିତିଥିଲା । ବିଶ୍ୱ କ୍ରିକେଟ୍ରେ ଧୋନି ଜଣେ ମାତ୍ର ଅଧିନାୟକ । ଯିଏ ଆଇସିସିର ତିନୋଟି ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି ।
ଏପିରିକି ଗତ ୧୫ ବର୍ଷର କ୍ରିକେଟ୍ ଇତିହାସ ଦେଖିଲେ ଧୋନି ସବୁଠାରୁ ସଫଳ ଅଧିନାୟକ । ସେ ଜଣେ ଏପରି ଖେଳାଳି, ଯିଏ କି ଟିମ୍ ଜିତିଲେ କି ହାରିଲେ ବି ସମାନ ସ୍ୱଭାବ ରଖିଥାନ୍ତି । ପୁରା ଟିମ୍ ସେଲିବ୍ରେସନ୍ କରୁଥିବା ବେଳେ , ଧୋନି ଏକ କୋଣରେ ଛିଡା ହୋଇ ଯୁବ ଖେଳାଳିଙ୍କୁ ଆଗକୁ ଛାଡିଥାନ୍ତି । ଏହାବ୍ୟତୀତ ସେ ଯୁବ ଖେଳାଳିଙ୍କ ହାତରେ ମଧ୍ୟ ଟ୍ରଫି ଧରାଇଥାନ୍ତି। ଧୋନିଙ୍କ ପରି ଅଧିନାୟକ ବହୁତ୍ କମ୍ ଟିମ୍କୁ ମିଳିଥାନ୍ତି । ଯେତେବେଳେ ଧୋନି କ୍ରିକେଟ୍ରୁ ଅବସର ନେଲେ ସେତେବେଳେ ଟିମ୍ ପାଇଁ ଅନେକ ବଡ଼ ବଡ଼ ଖେଳାଳି ପ୍ରସ୍ତୁତ କରିଥିଲେ । ଯେଉଁମାନେ କି ଆଜିକା ଦିନରେ ଭାରତୀୟ କ୍ରିକେଟ୍ରେ ରାଜ୍ କରୁଛନ୍ତି । ବିଶ୍ୱ କ୍ରିକେଟ୍ରେ ନୂଆ ନୂଆ ରେକର୍ଡ ମଧ୍ୟ କରୁଛନ୍ତି । ବିରାଟ କୋହଲି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜାଙ୍କ ପରି ଅନେକ ଖେଳାଳି ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୦୪ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ପାଦ ଥାପିଥିଲେ । ବାଂଲାଦେଶ ବିପକ୍ଷରେ ଡେବ୍ୟୁ କରିଥିଲେ ମାହି । ୨୦୧୪ରେ ଟେଷ୍ଟରୁ ଅବସର ନେଇଥିବା ବେଳେ ୨୦୧୯ରେ ଉଭୟ ଦିନିକିଆ ଓ ଟି-୨୦ରୁ ଅବସର ନେଇଥିଲେ । ତେବେ ୯୦ଟି ଟେଷ୍ଟ ମ୍ୟାଚ୍ ଖେଳି ଧୋନି ୪୮୭୬ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୬ଟି ଶତକ ରହିଥିବା ବେଳେ ୩୩ଟି ଅର୍ଦ୍ଧଶତକ ରହିଛି । ସେହିପରି ୩୫୦ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୧୦୭୭୩ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୧୦ଟି ଶତକ ରହିଥିବା ବେଳେ ୭୩ଟି ଅର୍ଦ୍ଧଶତକ ରହିଛି ।
ଅନ୍ୟପଟେ ୯୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ଧୋନି । ଏଥିରେ ୧୬୧୭ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ମାତ୍ର ୨ଟି ଅର୍ଦ୍ଧଶତକ ରହିଛି । ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୧୧ ଦିନିକିଆ ବିଶ୍ୱକପ, ୨୦୦୭ ଟି-୨୦ ବିଶ୍ୱକପ, ୨୦୧୩ ଆଇସିସି ଚମ୍ପିଆନ୍ସ ଟ୍ରଫି ବିଜେତା ହୋଇଥିଲା । ଟେଷ୍ଟରେ ନମ୍ବର ଓ୍ୱାନ୍ ହୋଇଥିଲା ଟିମ୍ ଇଣ୍ଡିଆ ।

