କ୍ରୀଡା

ଆସିଫ୍ ଅଲୀ ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ସନ୍ନ୍ୟାସ !

Spread the love

ଏସିଆ କପ୍ ୨୦୨୫ ପୂର୍ବରୁ ପାକିସ୍ତାନ କ୍ରିକେଟକୁ ଝଟକା । ପାକିସ୍ତାନର ଷ୍ଟାର ଖେଳାଳି ଆସିଫ ଅଲୀ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି । ଦୀର୍ଘ ସମୟ ଧରି ଟିମରେ ସୁଯୋଗ ଦିଆଯାଉ ନଥିଲା । ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଆସିଫ୍ ଅଲୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ମୋ ପାଇଁ ପାକିସ୍ତାନର ଜର୍ସି ପିନ୍ଧିବା ଗର୍ବର ବିଷୟ ।

କେବଳ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଆସିଫ ଅଲୀ ସନ୍ନ୍ୟାସ ନେଇଛନ୍ତି । ଆସିଫ୍ ଅଲୀ ଘରୋଇ କ୍ରିକେଟ ଏବଂ ସାରା ଦୁନିଆରେ ପ୍ରାଞ୍ଚାଇଜ୍ ଲିଗଗୁଡ଼ିକରେ ଖେଳିବା ଜାରି ରଖିବେ । ଆସିଫ ଅଲୀଙ୍କୁ ଟି୨୦ ୱାର୍ଲଡ୍ କପ ୨୦୨୧ରେ ଧମାଲ କରିଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ ବିପକ୍ଷରେ ରୋମାଞ୍ଚକ ମ୍ୟାଚରେ ୭ ବଲରେ ୨୫ ରନର ଇନିଂସ ଖେଳିଥିଲେ ।

Leave a Reply

Your email address will not be published. Required fields are marked *