ଲଞ୍ଚ ହେଲା Oppo ର ଏକ ଜବରଦସ୍ତ ସ୍ମାର୍ଟଫୋନ୍ !
Oppo ଲର୍ଭସଙ୍କ ପାଇଁ ଆସିଲା ଖୁସି ଖବର । ଲଞ୍ଚ ହେଲା Oppo ର ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଫିଚର୍ସ ରହିଛି ଦମଦାର୍ । ଏହି ସମସ୍ତ ଫିଚର୍ସ ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ଏହି ଦମଦାର୍ ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।
Oppo ୭୦୦୦mAh ବ୍ୟାଟେରୀ ସହିତ ଆଉ ଏକ ଜବରଦସ୍ତ ଫୋନ୍ ଲଞ୍ଚ କରିଛି । ଏହି ଫୋନର ନାମ ହେଉଛି- Oppo A6 Max । ଏହି Oppo ଫୋନ୍ IP66, IP68 ଏବଂ IP69 ରେଟିଂ ସହିତ ଆସିଥାଏ । ଏହି ଫୋନ୍ ୱାଟରପ୍ରୁଫ୍ ଫିଚର୍ସ ସହିତ ଆସିଥାଏ, ଯାହା ଯୋଗୁଁ ଏହା ପାଣିରେ ପଡ଼ିଲେ କିମ୍ବା ଧୂଳିରେ ପଡ଼ିଗଲେ ମଧ୍ୟ କିଛି କ୍ଷତି ହେବ ନାହିଁ । ଏଥିସହ ଏହି Oppo ଫୋନ୍ ଦୁଇଟି କଲର ଅପ୍ସନରେ ଲଞ୍ଚ ହୋଇଛି ଯାହା ରହିଛି- ବ୍ଲୁ ଏବଂ ହ୍ବାଇଟ୍ । ଫୋନର ବ୍ୟାକ୍ ସାଇଡରେ Find X8 ସିରିଜ୍ ପରି ଏକ ଗୋଲ କ୍ୟାମେରା ରହିଛି ।
Oppo A6 Max ର ପ୍ରାଇସ୍ :
Oppo ର ଏହି ଫୋନ୍ ଗୋଟିଏ ଷ୍ଟୋରେଜ୍ ଭ୍ୟାରିଆଣ୍ଟରେ ଲଞ୍ଚ ହୋଇଛି ଯାହା ହେଉଛି- ୮ GB RAM + ୨୫୬ GB ଷ୍ଟୋରେଜ୍ । ଏହି ଦମଦାର୍ ଫୋନର ଭାରତୀୟ ମୂଲ୍ୟ ହେଉଛି- ୨୩,୫୦୦ ଟଙ୍କା । ହେଲେ, କମ୍ପାନୀ ଏପର୍ଯ୍ୟନ୍ତ ଏହି ଫୋନକୁ ଅଫିସିଆଲ୍ ୱେବସାଇଟରେ ଲିଷ୍ଟ କରିନାହିଁ । ଏହି ଫୋନକୁ MobileDokan ୱେବସାଇଟରେ ଲିଷ୍ଟ କରାଯାଇଛି, ଯେଉଁଠାରେ ଫୋନର ମୂଲ୍ୟ ଏବଂ ଫିଚର୍ସ ପ୍ରକାଶ ପାଇଛି ।
Oppo A6 Max ର ଫିଚର୍ସ :
Oppo ର ଏହି ଫୋନ୍ ୬.୮ ଇଞ୍ଚର OLED ଡିସପ୍ଲେ ସହିତ ଆସିଥାଏ । ଫୋନ୍ ଡିସପ୍ଲେର ରିଜୋଲ୍ୟୁସନ୍ ୧୨୮୦ x ୨୮୦୦ ପିକ୍ସେଲ । ଏଥିସହ ଫୋନର ଡିସପ୍ଲେ ୧୨୦ Hz ହାଇ ରିଫ୍ରେସ ରେଟ୍ ଫିଚରକୁ ସପୋର୍ଟ କରିଥାଏ । ଫୋନର ଡିସପ୍ଲେରେ କ୍ରିଷ୍ଟାଲ୍ ସିଲ୍ଡ ଗ୍ଲାସ୍ ପ୍ରୋଟେକ୍ସନ ରହିଛି । ଏଥିସହ ଏହା Qualcomm Snapdragon 7 Gen 3 ପ୍ରେସେସର ସହିତ ଆସିଥାଏ ।
ଏଥିସହ ଆପଣମାନେ ଜାଣିରଖନ୍ତୁ ଯେ, Oppo A6 Max ଫୋନ୍ ୮ GB RAM ଏବଂ ୨୫୬ GB ଷ୍ଟୋରେଜକୁ ସପୋର୍ଟ କରିଥାଏ । ଫୋନରେ ୫୨୦୦ mm2 ଭାପର ଚାମ୍ବର ମଧ୍ୟ ଦିଆଯାଇଛି । ଏଥିରେ ଡୁଆଲ୍ ବ୍ୟାଣ୍ଡ WiFi, 5G, GPS, NFC ଭଳି ଫିଚର ରହିଛି । ଏହି ଫୋନ୍ SGS ସାର୍ଟିଫିକେସନ୍ ସହିତ ଆସିଥାଏ, ଯାହା ଯୋଗୁଁ ଫୋନଟି ହାଇ ଟେମ୍ପ୍ରେଜରରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏଥିସହ ଫୋନରେ ୭୦୦୦ mAh ର ପାୱାରଫୁଲ୍ ବ୍ୟାଟେରୀ ଫିଚର ମିଳିପାରିବ ।
Oppo ର ଏହି ଫୋନ୍ ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିପାରିବ । ଏଥିସହଂ ଫୋନରେ ୫୦ MP ର ମେନ୍ କ୍ୟାମେରା ରହିଛି । ଏହା ବ୍ୟତୀତ ଫୋନରେ ୨ MP ର ସେକେଣ୍ଡାରୀ କ୍ୟାମେରା ଦିଆଯାଇଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୩୨ MP ର କ୍ୟାମେରା ଦିଆଯାଇଛି । ଏହି ଫୋନ୍ Android 15 ଉପରେ ବେସ୍ଡ ColorOS ସହିତ ଆସିଥାଏ । ଏଥିସହ ଯଦି ଆପଣ କମ୍ ବଜେଟରେ ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନ୍ ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

