ମୁଖ୍ୟ ଖବର

ଟିଟଲାଗଡ ବନ ବିଭାଗକୁ ମିଳିଛି ବଡ ସଫଳତା

Spread the love

ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରେ ବନ ବିଭାଗ ଚଢାଉ କରିବା ସମୟରେ ବଜ୍ରକାପ୍ତା ଉଦ୍ଧାର କରିବା ସହ ୫ ବେପାରୀଙ୍କୁ ଗିରଫ କରିଛି।ଇଁତଲା ଥାନା ଅନ୍ତର୍ଗତ ବେଲଗାଁ ପଞ୍ଚାୟତ ମାଲପଡା ଗାଁର ଦେବରାଜ ଭୋଇ ଏବଂ ପିଲୁ ଜଙ୍ଗଲରୁ ବଜ୍ରକାପ୍ତା ଧରି ଘରେ ଲୁଚାଇ ବିକ୍ରି ପାଇଁ ଯୋଜନା କରିଥିଲେ। ଏନେଇ ମଧ୍ୟସ୍ଥ ବେଲପଡା ଥାନା ଅନ୍ତର୍ଗତ ଭୂତେଶ୍ୱର ବାରିକ, କଣ୍ଟାବାଞ୍ଜି ଥାନା ଅଞ୍ଚଳର ବିଘ୍ନେଶ୍ୱର ମହାନନ୍ଦ, ଖରିଆର ଥାନା ବାଙ୍କପୁର ଗାଁର ରୋହିତ ବେହେରାଙ୍କ ଜରିଆରେ ଛତିଶଗଡ଼ ଅଞ୍ଚଳରେ ବଜ୍ରକାପ୍ତାକୁ ୩୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା କରିଥିଲେ। ଖବର ପାଇ ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ସୁବୁଦ୍ଧି, ବନପାଳ ରଞ୍ଜିତ ସିଂଦେଓ, ବେଲଗାଁ ଫାଣ୍ଡି ଅଧିକାରୀ ଜିବର୍ଦ୍ଧନ ମେହେର ଅଭିଯୁକ୍ତଙ୍କ ଘରେ ଚଢ଼ାଉ ସହ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି। ଆହତ ବଜ୍ରକାପ୍ତାର ଚିକିତ୍ସା ପାଇଁ ବଲାଙ୍ଗିର ପଠାଯାଇଛି।

Leave a Reply

Your email address will not be published. Required fields are marked *