ଦେଶ ବିଦେଶ

୩ ଖଲିସ୍ତାନୀ ଆତଙ୍କବାଦୀ ନିହତ

Spread the love

ଉତ୍ତରପ୍ରଦେଶର ପିଲିଭିତ୍‌ ଜିଲାରେ ଉତ୍ତରପ୍ରଦେଶ ଓ ପଞ୍ଜାବ ପୁଲିସକୁ ସୋମବାର ବଡ ସଫଳତା ମିଳିଛି । ଉତ୍ତରପ୍ରଦେଶ ଓ ପଞ୍ଜାବ ପୁଲିସ ଗୁଳିବିନିମୟରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୨ଟି ଏକେ-୪୭ ଓ ୨ଟି ପିସ୍ତଲ ଜବତ କରାଯାଇଛି ।ସୋମବାର ପୂର୍ବାହ୍ନ ପ୍ରାୟ ୫ ଟାରେ ପୁରନପୁର ଅଞ୍ଚଳର ହରଦୋଇ ଶାଖା କେନାଲ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା।

ଅଭିଯୁକ୍ତମାନେ ହେଲେ ଗୁରୁବିନ୍ଦର ସିଂ, ବିରେନ୍ଦ୍ର ସିଂ ଏବଂ ଜସନପ୍ରୀତ ସିଂ। ସେମାନେ ସମସ୍ତେ ଖଲିସ୍ତାନ କମାଣ୍ଡୋ ଫୋର୍ସ ନାମକ ସଂଗଠନର ସଦସ୍ୟ ଥିଲେ। ପଞ୍ଜାବ ପୁଲିସ ଏବଂ ଉତ୍ତରପ୍ରଦେଶ ପୁଲିସର ମିଳିତ ଏନକାଉଣ୍ଟରରେ ନିହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *