ଶ୍ରଦ୍ଧା ଫାଉଣ୍ଡେସନ ଦ୍ୱାରା ଶ୍ରଦ୍ଧା ଉତ୍ସବ ୨0୨୬ ଅନୁଷ୍ଠିତ ||
ଶ୍ରଦ୍ଧା ଫାଉଣ୍ଡେସନ ଦ୍ୱାରା ଶ୍ରଦ୍ଧା ଉତ୍ସବ ୨0୨୬, ୨୨ ତାରିଖ ଦିନ ମୁମ୍ବାଇ ର କେ.ଏସ. ଅଡିଟୋରିଅମ, ଖାରଘର ଠାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସୂର୍ୟ୍ଯକ୍ଷେତ୍ର ଫାଉଣ୍ଡେସନ ର ସମ୍ପାଦିକା ଡ଼ ସୁକାନ୍ତି ମିଶ୍ର ଙ୍କୁ ସମାଜ ସେବା ଲାଗି ସମ୍ମାନିତ କରାଯାଇଛି | ଡ଼ ମିଶ୍ର ଦୀର୍ଘ ୨0 ବର୍ଷ ଧରି କର୍କଟ ରୋଗୀ ଙ୍କ ସେବା କରିଆସୁଛନ୍ତି | ମୁମ୍ବାଇ ରେ ଫାଉଣ୍ଡେସନ ଦ୍ୱାରା ନିଜର ଶେଲଟର ହୋମେ ଦ୍ୱାରା ପ୍ରତ୍ୟକ ଦିନ ମାଗଣା ରହିବ ଖାଇବା ଏବଂ ମାଗଣା ଟାଟା ମେମୋରିଆଲ ହସ୍ପିଟାଲ କୁ ଯିବା ଆସିବା ଲାଗି ଆମ୍ବୁଲାନ୍ସ ର ବ୍ୟବସ୍ତା କର ଯାଇଛି | ଏଭଳି ଲୋକ ଙ୍କ ସେବା ଲାଗି ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ କୁ ଏହି ସେବା ସମ୍ମାନ ଦିଆଯାଇଛି | ଅନ୍ୟମାନଂକ ମଧ୍ୟରେ ବିଜୟ ପାଣିଗ୍ରାହୀ ଏବଂ କ୍ରିଷ୍ଣା ସାହୁ ଯୋଗ ଦେଇଥିଲେ | ଡ଼ ମିଶ୍ର ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଆଗାମୀ ଦିନରେ ଏଭଳି ଜନ ହିତକର କାର୍ଯ୍ୟ ଜାରି ରହିବ ବୋଲି ବ୍ୟକ୍ତ କରିଛନ୍ତି |

