ଜମ୍ମୁକାଶ୍ମୀର ଜେଲରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ
ଜେଲରେ ଆତଙ୍କବାଦୀ ଆକ୍ରମଣ ନେଇ ଆଶଙ୍କା । ଜମ୍ମୁକାଶ୍ମୀର ଜେଲରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗର ସେଣ୍ଟ୍ରାଲ ଜେଲ ଏବଂ କୋଟ୍ ବଲୱାଲ ଜେଲରେ ଆତଙ୍କୀ ହମଲା ନେଇ ଆଶଙ୍କା । ବିଶେଷ ସୂତ୍ରରୁ ଏହି ସୂଚନା ମିଳିବା ପରେ ଦୁଇଟି ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢାଇ ଦିଆଯାଇଛି । ଆତଙ୍କୀ ଆକ୍ରମଣ ନେଇ ଆଲର୍ଟ ପରେ ଜାମ୍ମୁ ଜେଲରେ ସୁରକ୍ଷାକୁ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଛି । ଆଉ ତାପରେ ସୁରକ୍ଷା ବ୍ୟବସ୍ଥା କଡାକଡି ନେଇ ସିଆଇଏସଏଫର ଟପ୍ ଅଫିସର ସମୀକ୍ଷା କରିଛନ୍ତି ।

