ସଡ଼କ ଦୁର୍ଘଟଣାରେ ୫ ଡାକ୍ତର ସମେତ ୬ ମୃତ
ଉତ୍ତରପ୍ରଦେଶର କନୌଜ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଆଗ୍ରା-ଲକ୍ଷ୍ନୌ ଡାକ୍ତରମାନେ ଯାଉଥିବା ଏକ କାର ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା କାରଟି ଏକ ଡିଭାଇଡର ବାଜି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ପରେ ଏହି ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ପୀଡିତମାନେ ସାଇଫାଇ ମେଡିକାଲ କଲେଜ ସହ ଜଡିତ ଥିଲେ ଏବଂ ଲଷ୍ନୌରୁ ସାଇଫାଇକୁ ଫେରୁଥିବା ବାଟରେ ଏପରି ଘଟିଛି।
