ଜାନୁୟାରୀ ୧ରୁ ସରକାର ଆଣୁଛନ୍ତି ନୂଆ ଆଇନ , ଭିକାରୀକୁ ଭିକ ଦେଲେ ସିଧା ଯିବେ ଜେଲ୍
ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଆସନ୍ତା ଜାନୁୟାରୀ ୧ରୁ ଏକ ନୂଆ ଆଇନ ଲାଗୁ ହେବାକୁ ଯାଉଛି । ପ୍ରକୃତରେ, କେନ୍ଦ୍ର ସରକାର ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ଇନ୍ଦୋରକୁ ଭିକାରୀମୁକ୍ତ କରିବାକୁ ପ୍ରୟାସ କରୁଛନ୍ତି ।ଜିଲ୍ଲା ପ୍ରଶାସନ ପୂର୍ବରୁ ହିଁ ଭିକ୍ଷାବୃତ୍ତି ଉପରେ ରୋକ୍ ଲଗାଇ ଦେଇଛନ୍ତି । ଏହି ଅଭିଯାନ ୧୦ଟି ସହରରେ ଚାଲୁ ରହିଛି । ପ୍ରଶାସନ ସଙ୍ଗଠନଗୁଡ଼ିକ ମାଧ୍ୟମରେ ଭିକାରୀମାନଙ୍କୁ ୬ ମାସ ପର୍ଯ୍ୟନ୍ତ ଆଶ୍ରୟ ଏବଂ କାମ ଯୋଗାଇ ଦେବାରେ ସାହାଯ୍ୟ କରିବ । ଇନ୍ଦୋରକୁ ଭାରତର ସବୁଠାରୁ ସ୍ୱଚ୍ଛ ସହର କୁହାଯାଏ । ଏବେ ଏହି ସହର ଭିକାରୀମୁକ୍ତ ହେବାକୁ ଯାଉଛି । ଏଥିପାଇଁ ପ୍ରଶାସନ ଏକ କଡ଼ା ପଦକ୍ଷେପ ଉଠାଇଛନ୍ତି । ନୂଆବର୍ଷ ଅର୍ଥାତ୍ ୨୦୨୫ ଜାନୁୟାରୀ ୧ରୁ ଯେଉଁ ବି ବ୍ୟକ୍ତି ଭିକାରୀମାନଙ୍କୁ ପଇସା ଦେବ, ତାଙ୍କ ବିରୋଧରେ FIR ପଞ୍ଜିକୃତ କରାଯିବ ।

