ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା
ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା | ଦକ୍ଷିଣ ବ୍ରାଜିଲର ପର୍ଯ୍ୟଟନ ସହର ଗ୍ରାମାଡୋରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସ୍ଥଳରେ ଅନେକ କିଛି କ୍ଷୟକ୍ଷତି ଘଟିଛି । ଛୋଟ ବିମାନ ଦୁର୍ଘଟଣା, ବଡ଼ କ୍ଷୟକ୍ଷତି । ବିମାନ ଖସି ପଡ଼ିଥିବା ସ୍ଥାନରେ ଧ୍ବଂସ ହୋଇ ଯାଇଛି ଦୋକାନ ବଜାର ।ଗ୍ରାମାଡୋ ନିକଟ କାନେଲା ଠାରୁ ବିମାନ ଉଡ଼ାଣ ଭରିଥିଲା । ସାଓ ପାଓଲୋ ଯାଇଥାନ୍ତା । ତେବେ ମାତ୍ର ୩ କିଲୋମିଟର ଯିବା ପରେ ବିମାନଟି ଖସି ପଡ଼ିଥିଲା ।ବିମାନର ପାଇଲଟ ଓ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ସମସ୍ତେ ଗୋଟିଏ ପରିବାରର । ଏଥିରେ ୧୭ ଜଣ ଆହତ ହୋଇଛନ୍ତି । ୧୨ ଜଣ ଗୁରୁତର ଥିବା ସୂଚନା ରହିଛି ।

