ସମୁଦ୍ର ମଝିରେ ଧୁ ଧୁ ହୋଇ ଜଳିଲା ଡଙ୍ଗା
ମହାରାଷ୍ଟ୍ର ଅଲିବାଗ ନିକଟରେ ସମୁଦ୍ରରେ ଏକ ଡଙ୍ଗାରେ ନିଆଁ ଲାଗିଯାଇଛି । ଡଙ୍ଗାରେ ଥିବା ୧୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଡଙ୍ଗା ମାଛ ଧରିବା ପାଇଁ ଯାଇଥିଲା । କିନ୍ତୁ ସଟସର୍କିଟ ଯୋଗୁଁ ହଠାତ୍ ଡଙ୍ଗାରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଡଙ୍ଗାକୁ କୂଳକୁ ନିଆଯାଇ ନିଆଁକୁ ଆୟତ୍ତ କରାଯାଇଥିଲା । ଏଥିରେ ଥିବା ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

