ଲାୟନ ଇଣ୍ଟରନାସନାଲ ମଲ୍ଟିପୁଲ ଡିଷ୍ଟ୍ରିକ୍ଟ ୩୨୨ ଜେଡ ସି ଲିଡରସିପ ଏକାଡେମୀ ଯୋଗଦେଲେ ଡାକ୍ତର ବିପିନ ବିହାରୀ ମିଶ୍ର |
ଲାୟନ ଇଣ୍ଟରନାସନାଲ ମଲ୍ଟିପୁଲ ଡିଷ୍ଟ୍ରିକ୍ଟ ୩୨୨ ଜେଡ ସି ଲିଡରସିପ ଏକାଡେମୀ ୨୨ ଏବଂ ୨୩ ତାରିଖ ରେ ତାଜ ସିଟି ସେଣ୍ଟର ୨ ରେ, ନିଉ ଟାଉନ କଲିକତା ରେ ଅନୁଷ୍ଠିତ ହୋଇଯାଇଛି | ଡାକ୍ତର ବିପିନ ବିହାରୀ ମିଶ୍ର ଓଡିଶାରୁ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | କିଛିଦିନ ପୂର୍ବରୁ ପୁରୀ ରେ ଲାୟନ ଇଣ୍ଟରନାସନାଲ କାର୍ଯ୍ୟକ୍ରମରେ ଯୋଗଦେଇ ବିଗତ ଦିନରେ କରିଥିବା ବିକାଶ ମୂଳକ କାର୍ଯ୍ୟ ଲାଗି ପୁରସ୍କୃତ ହେଇଥିଲେ | ଆଗାମୀ ଦିନ କୁ ଏମିତି ସମାଜସେବା ଜାରି ରହିବ ବୋଲି ପ୍ରକାଶ କରିଥିଲେ |

