ବିମାନ ଓ ହୋଟେଲ ପରେ ଏବେ ଇସ୍କନ ମନ୍ଦିରକୁ ବୋମା ଧମକ
ବିମାନ ଓ ହୋଟେଲ ପରେ ଏବେ ଇସ୍କନ ମନ୍ଦିରକୁ ବୋମା ଧମକ । ଆନ୍ଧ୍ରପ୍ରଦେଶରେ ଥିବା ଇସ୍କନ ମନ୍ଦିର ଷ୍ଟାପ୍ଙ୍କୁ ବୋମା ଧମକ ନେଇ ମେଲ୍ ଆସିଥିବା ସୂଚନା । ଏଭଳି ଧମକ ମିଳିବା ପରେ ମନ୍ଦିରରେ ସନ୍ଧାନୀ କୁକୁର ସହ ପୋଲିସ ଯାଞ୍ଚ ଚଳାଇଛି । ବିମାନକୁ ବୋମା ଧମକ ଥମିବାର ନାଁ ନେଉନାହିଁ । ସୋମବାର ଆଉ ୫୦ ବିମାନକୁ ବୋମା ଧମକ ମିଳିଥିବା ବେଳେ ଆନ୍ଧ୍ରପ୍ରଦେଶସ୍ଥିତ ତିରୁପତିରେ ଥିବା ଇସ୍କନ ମନ୍ଦିରରେ ରବିବାର ରାତିରେ ଏଭଳି ଧମକ ମିଳିଛି । ତେବେ ଇସ୍କନ ମନ୍ଦିର ଷ୍ଟାପ୍ଙ୍କ ଇମେଲ୍ରେ ଆସିଥିବା ଏହି ଧମକ ମିଥ୍ୟା ବୋଲି ଜଣାପଡ଼ିଛି ।
