ଦୀପାବଳି ପୂର୍ବରୁ ବାଣ ଦୋକାନରେ ଭୟଙ୍କର ନିଆଁ
ହାଇଦ୍ରାବାଦସ୍ଥିତ ସିଲତାନ ବଜାରର ଏକ ବାଣ ଦୋକନାରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି । ଅଚାନକ ଦୋକାନରେ ନିଆଁ ଲାଗି, ବାଣ ଫୁଟିବାକୁ ଲାଗିଲା । ମାତ୍ର, କିଛି ସମୟ ଭିତରେ ନିଆଁ ଭୟଙ୍କର ଭାବେ ବ୍ୟାପିଯାଇଥିଲା । ବାଣର ଶବ୍ଦ ଶୁଣିବା ପରେ ଏହି ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଦୋକାନ ଭିତରେ ନିଆଁ ଲାଗିବା ପରେ ଆଖପାଖ ଲୋକେ ନିଜକୁ ବଞ୍ଚାଇବାକୁ ଦୌଡ଼ିବାରେ ଲାଗିଛନ୍ତି । କିଛି ସମୟ ପରେ ନିଆଁ ଭୟାନକ ହୋଇଥିଲା ଓ ପୁରା ଦୋକାନଟି ଜଳିଯାଇଥିଲା । ଏଥିରେ ଜଣେ ମହିଳା ଆହତ ହୋଇଥିବା ବେଳେ ନିଆଁ ଲାଗି ୭ରୁ ୯ଟି କାର ଜଳିଯାଇଥିବା ଜଣାପଡ଼ିଛି । ଏହି ଦୋକାନ ବେଆଇନ ଭାବେ ଖୋଲାଯାଇଥିବାରୁ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ ।
