ଦେଶ ବିଦେଶ

ଉତ୍ତରାଖଣ୍ଡର ଅନାଲୋଚିତ ଜଗନ୍ନାଥ ମନ୍ଦିରକୁ ନେଇ ଚର୍ଚ୍ଚା

Spread the love

ମହାପ୍ରଭୁଙ୍କ ଲୀଳା ସମସ୍ତଙ୍କୁ କରିଛି ଚକିତ । ଉତ୍ତରାଖଣ୍ଡ ଉତ୍ତରକାଶୀ ଠାରୁ ୬ କିଲୋମିଟର ଦୂର ସମୁଦ୍ର ପତ୍ତନ ଠାରୁ ୩ ହଜାର ଫୁଟ୍‌ ଉପରେ ରହିଛି ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର । ଏଠାରେ ପ୍ରସ୍ତର ରୂପରେ ପୂଜା ପାଉଛନ୍ତି ମହାପ୍ରଭୁ । ତେବେ ସେଠାରେ ମହାପ୍ରଭୁ ଅଖିଆ ଅପିଆ ରହୁଥିବା ଜାଣିବା ପରେ ବ୍ୟଥିତ ହୋଇ ଓଲିଉଡ୍ ଅଭିନେତା ସବ୍ୟସାଚୀଙ୍କୁ ଜଣାଇଥିଲେ ଛତିଶାନିଯୋଗ ମହାନାୟକ ଜନାର୍ଦ୍ଧନ ପାଟଯୋଶୀ । ଆଉ ମହାପ୍ରଭୁଙ୍କ ଲୀଳା ଏମିତି ଯେ ସେହି ସମୟରେ ସୁଟିଂ ପାଇଁ ଉତ୍ତରାଖଣ୍ଡ ଯାଇଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତ । ଘଟଣା ଜାଣିବା ପରେ ସେଠାରେ ଥିବା ୫ଟି ଗାଁର ଲୋକଙ୍କୁ ଏକାଠି କରି ପୂଜାର୍ଚ୍ଚନା କରିଥିଲେ । ଏହି ଗାଁ ଗୁଡ଼ିକର ଇଷ୍ଟ ମହାପ୍ରଭୁ ଜଗନ୍ନାଥ ହୋଇଥିବା ବେଳେ ମନ୍ଦିରର ପୁନରୁଦ୍ଧାର ସହ ପୂଜାର୍ଚ୍ଚନା ପାଇଁ ଉତ୍ତରାଖଣ୍ଡ ସରକାର ଓ କେନ୍ଦ୍ର ପର୍ଯ୍ୟଟନ ବିଭାଗକୁ ଅନୁରୋଧ କରିଛନ୍ତି ସବ୍ୟସାଚୀ । ଏହାସହ ସେ ୬ ମାସ ପାଇଁ ଏହି ମନ୍ଦିରର ଦାୟିତ୍ବ ନେଇଛନ୍ତି ।

Leave a Reply

Your email address will not be published. Required fields are marked *