ଆଞ୍ଚଳିକ

ପୁଣି ବିବାଦରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ

Spread the love

ଦିନ କେଇଟା ପୂର୍ବରୁ ବାହୁଡା ଯାତ୍ରା ଅବସରରେ ତିନି ରଥରେ ଛେରାପହଁରା ନକରି ପରମ୍ପରା ଭାଙ୍ଗିଥିବା ଜିଲାପାଳ, ଏବେ ଗୋମାତା ମାମଲାରେ ଛନ୍ଦି ହୋଇଛନ୍ତି । ଅନୁଗୁଳରେ ଗୋମାତା ସଂକ୍ରାନ୍ତୀୟ ଏକ ମାମଲାରେ ସ୍ଥାନୀୟ ଏସଡିଜିଏମଙ୍କ କୋର୍ଟଙ୍କ ନିର୍ଦେଶକୁ ନ ମାନିବାରୁ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ଜିଲାପାଳ । ଖାଲି ସେତିକି ନୁହେଁ ବରଂ ତଳ କୋର୍ଟର ରାୟକୁ ମାନିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଏହାକୁ ଅବଜ୍ଞା କରିଥିବା ଭଳି ଅଭିଯୋଗ ଆସିଛି ଜିଲ୍ଲାପାଳଙ୍କ ବିରୋଧରେ । ଘଟଣା ଅନୁଯାୟୀ ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ଜବତ କରାଯାଉଥିବା ବେଆଇନ ଗୋ ଚାଲାଣ ଗାଡି ଗୁଡିରୁ ଅନେକ ଗୋମାତାଙ୍କୁ ଉଦ୍ଧାର କରାଯାଇ ପ୍ରଶାସନ ପକ୍ଷରୁ ସେଗୁଡିକୁ ସ୍ଥାନୀୟ ଗୋଶାଳା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ଗୋମାତାଙ୍କ ରକ୍ଷଣାବେକ୍ଷଣ କରାଯାଉଥିଲା । ଏହାସହ ଏ ବାବଦୀୟ ଖର୍ଚ୍ଚ ପ୍ରଶାସନ ଭରଣ କରିବ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ରକ୍ଷଣାବେକ୍ଷଣା ଗୋଶାଳା ପକ୍ଷରୁ କରାଗଲା । ହେଲେ ଏ ବାଵଦୀୟ ଖର୍ଚ୍ଚ ରାଶି ବହନ କରିବାକୁ ପ୍ରଶାସନ ପଛଘୁଞ୍ଚା ଦେଇଥିଲା । ଯାହାକୁ ନେଇ ଗୋଶାଳା ପକ୍ଷରୁ ଏସଡିଜିଏମଙ୍କ କୋର୍ଟରେ ଏକ ମାମଲା ଦାଏର କରାଯିବା ପରେ ଗୋମାତାଙ୍କ ରକ୍ଷଣାବେକ୍ଷଣ ବାବାଦ ଅର୍ଥ ରାଶି ପୈଠ ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ ସୁଦ୍ଧା ପ୍ରଶାସନ ଏ ନିର୍ଦେଶ ଅନୁପାଳନ କରିନଥିଲା । ଫଳରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରାସ୍ଥ ହେବା ପରେ ତଳକୋର୍ଟଙ୍କ ରାୟକୁ ପାଳନ କରିବା ପାଇଁ ପ୍ରଶାସନକୁ ପୁନଃ ନିର୍ଦେଶ ସତ୍ତ୍ବେ ଜିଲ୍ଲା ପ୍ରଶାସନ ଏଯାବତ ଏହାକୁ କାର୍ଯ୍ୟକାରୀ କରିନାହିଁ । ଫଳରେ ହାଇକୋର୍ଟରେ ପ୍ରଶାସନ ବିରୋଧରେ ଅଦାଲତି ଅବମାନନା ନେଇ ଆଉ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *