ଆଞ୍ଚଳିକ

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ, ୩ କିଲୋମିଟର ବୁହା ହେଲେ ଗର୍ଭବତୀ

Spread the love

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ । ୩ କିଲୋମିଟର ଭାରରେ ବୁହା ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ । ବୋହି ନେବା ବିଳମ୍ବ ହେତୁ ଅଧା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲା ମା । ବର୍ଷା ପବନରେ ପଲିଥିନ ଢାଙ୍କି ଗାଁଠାରୁ ୩ କିମି ଦୂର ଭାରରେ ବୁହା ହୋଇ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେଲେ ପରିବାର ଲୋକେ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଦୁଆରଶୁଣି ପଞ୍ଚାୟତ ଅଧିନସ୍ଥ ହଳଦୀ ସିଲ ଗାଁରେ ଦେଖିବାକୁ ମିଳିଛି ଏ ଘଟଣା । ଗର୍ଭବତୀ ମହିଳା ଜଣକ ହେଲେ କାର୍ତ୍ତିକ ମୁଦୁଲିଙ୍କ ସ୍ତ୍ରୀ ଯମୁନା ମୁଦୁଲି । ଯମୁନାଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନ୍ସ ଗାଡ଼ିକୁ ଆଶାକର୍ମୀ ଯୋଗାଯୋଗ କରିଥିଲେ। ହେଲେ ଆମ୍ବୁଲାନ୍ସ ଗାଡ଼ି ଆସି ଗାଁଠାରୁ ତିନି କିମି ଦୂରରେ ରହିଥିଲା । ବାଧ୍ୟ ହୋଇ ପରିବାର ଲୋକେ ବର୍ଷା, ପବନରେ ତାଙ୍କୁ ଆମ୍ବୁଲାନ୍ସ ପାଖକୁ ନେଉଥିଲେ । ରାସ୍ତାରେ ହିଁ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା । ପରେ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନା ନିଆଯାଇଥିଲା । ଏବେ ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି ।

Leave a Reply

Your email address will not be published. Required fields are marked *