ଦେଶ ବିଦେଶ

ଲେବାନନ୍‌ରେ ପଶିଲେ ଇସ୍ରାଏଲ ସ୍ଥଳସେନା

Spread the love

ସୋମବାର ସକାଳେ ଇସ୍ରାଏଲ-ଲେବାନନ୍‌ ସୀମା ନିକଟସ୍ଥ ଲେବାନନ୍‌ ପରିସରରେ ଇସ୍ରାଏଲ ସେନା ପକ୍ଷରୁ ସ୍ବତନ୍ତ୍ର ଅପରେସନ୍‌ ଆରମ୍ଭ ହୋଇଛି ବୋଲି ଆମେରିକୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଲେବାନନ୍‌ରେ ଇସ୍ରାଏଲ ଏହାର ଆକ୍ରମଣକୁ ଆହୁରି ଜୋରଦାର କରିଛି।

ଇସ୍ରାଏଲ ଆଗକୁ ଲେବାନନ୍‌ରେ ବଡ଼ ଧରଣର ଆକ୍ରମଣ କରିବାପାଇଁ ଏବେ ଜୋରଦାର ପ୍ରସ୍ତୁତି ଚଳାଇଛି। ଇସ୍ରାଏଲୀ କମା‌ଣ୍ଡୋମାନେ ହେଜବୁଲ୍ଲା ଆଡ଼ାସ୍ଥଳକୁ ଟାର୍ଗେଟ୍‌ କରି ଲେବାନନ୍‌ ପରିସରକୁ ଅନୁପ୍ରବେଶ କରିଛନ୍ତି ଏବଂ ଅଞ୍ଚଳରେ ହେଜବୁଲ୍ଲା ପୋଷ୍ଟ୍‌କୁ ଧ୍ବଂସ କରିବାପାଇଁ ଏହି ଚଢ଼ଉ ହୋଇଛି।  ଇତି ମଧ୍ୟ‌ରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ୍‌ ଲେବାନନ୍‌ରେ ଇସ୍ରାଏଲ୍‌ ସ୍ଥଳ ସେନାର ଆକ୍ରମଣ ନେଇ ସଙ୍କେତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *