କାନାଡାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଜଷ୍ଟିନ ଟ୍ରୁଡୋ
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ସେ ଏହାକୁ ନେଇ ଘୋଷଣା କରି ସାରିଛନ୍ତି। ଦ ଗ୍ଲୋବ୍ ଆଣ୍ଡ୍ ମେଲ୍ର ରିପୋର୍ଟ ମୁତାବକ, ବୁଧବାର ଦିନ ହେବାକୁ ଥିବା ବୈଠକରେ ପ୍ରଥମେ ଟ୍ରୁଡୋ ଲିବରଲ୍ ପାର୍ଟିର ନେତା ଭାବେ ଇସ୍ତଫା ପ୍ରଦାନ କରିବେ।
ସୂଚନା ଅନୁଯାୟୀ, ବୈଠକରେ ଟ୍ରୁଡୋଙ୍କୁ ବିଦ୍ରୋହୀଙ୍କ ସାମ୍ନା କରିବାକୁ ପଡ଼ିପାରେ। ସେଥିପାଇଁ ସେ ତାହା ପୂର୍ବରୁ ହିଁ ଇସ୍ତଫା ଦେବା କଥା ଚିନ୍ତା କରିଛନ୍ତି। ଯେପରି କାହାକୁ ଅନୁଭବ ନହୁଏ ଯେ ତାଙ୍କୁ ତାଙ୍କ ଦଳୀୟ ସଦସ୍ୟ ବାହାର କରିଦେଇଛନ୍ତି। ତେବେ ଏହା ସ୍ପଷ୍ଟ ହୋଇନାହିଁ ଯେ ଟ୍ରୁଡୋ ତୁରନ୍ତ ପଦରୁ ଇସ୍ତଫା ଦେବେ ନା ନୂଆ ନେତା ଚୟନ ପର୍ଯ୍ୟନ୍ତ ଅପେକ୍ଷା କରିବେ।

