ଦେଶ ବିଦେଶ

ଖାଇକୁ ଖସିଲା ସେନା ଗାଡି, ୨ ଯବାନ ସହିଦ

Spread the love

ଜମ୍ମୁ କଶ୍ମୀରର ବାନ୍ଦିପୋରାଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଭାରତୀୟ ସେନା ଗାଡି ଖାଇକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ଦୁଇ ଯବାନ ସହିଦ ହୋଇଥିବାବେଳେ ଚାରିଜଣ ଯବାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଆହତ ଯବାନମାନଙ୍କୁ ଶ୍ରୀନଗରକୁ ପଠାଯାଇଛି ।ଏହି ଘଟଣାରେ କୌଣସି ଆତଙ୍କୀ ଆକ୍ରମଣ ସନ୍ଦେହ କରାଯାଉନାହିଁ । ପୋଲିସ ଏବଂ ସେନା ଯବାନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *