ଦେଶ ବିଦେଶ

ଦିଲ୍ଲୀରେ କଂଗ୍ରେସର ‘ପ୍ୟାରୀ ଦିଦି’ ଯୋଜନା

Spread the love

ଆଗାମୀ ନିର୍ବାଚନ ପୂର୍ବରୁ ଦିଲ୍ଲୀର ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ କଂଗ୍ରେସ ‘ପ୍ୟାରୀ ଦିଦି’ ଯୋଜନା ଘୋଷଣା କରିଛି।  ଏହି ଯୋଜନା ଅନୁସାରେ, ଦଳ କ୍ଷମତାକୁ ଆସିଲେ ପ୍ରତ୍ୟେକ ମହିଳାଙ୍କୁ ୨୫୦୦ ଟଙ୍କା ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସୋମବାର ଏହି ଯୋଜନା ସଂପର୍କରେ ଘୋଷଣା କରିଛନ୍ତି। ସରକାର ଗଢ଼ିବା ମାତ୍ରେ ଆମେ ଏହି ଯୋଜନା କାର୍ଯ୍ୟକାରୀ କରିବୁ ଏବଂ କର୍ଣ୍ଣାଟକ ଭଳି ଦିଲ୍ଲୀରେ ମହିଳାମାନଙ୍କୁ ୨୫୦୦ ଟଙ୍କା ଦିଆଯିବ ବୋଲି ସେ ନିଜ ରାଜ୍ୟର ସମାନ ପଦକ୍ଷେପ ବିଷୟରେ ଉଲ୍ଲେଖ କରି କହିଛନ୍ତି। ଏହି ଘୋଷଣା ସମୟରେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଦେବେନ୍ଦ୍ର ଯାଦବ, ଦଳର ଦିଲ୍ଲୀ ପ୍ରଭାରୀ କାଜି ନିଜାମୁଦ୍ଦିନ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନୁରୂପ ପ୍ରତିଶ୍ରୁତି ପରେ କଂଗ୍ରେସ ଏହି ଘୋଷଣା କରିଛି।

Leave a Reply

Your email address will not be published. Required fields are marked *