ଦେଶ ବିଦେଶ

ଓଡ଼ିଶାକୁ ଛୁଇଁପାରେ ବାତ୍ୟା । ଆଗାମୀ ସପ୍ତାହ ସୁଦ୍ଧା ଓଡ଼ିଶାକୁ ବାତ୍ୟା ସ୍ପର୍ଶ କରିପାରେ

Spread the love

ଆଗାମୀ ସପ୍ତାହ ସୁଦ୍ଧା ଓଡ଼ିଶାକୁ ବାତ୍ୟା ସ୍ପର୍ଶ କରିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ୨୦ ଅକ୍ଟୋବର ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ନିକଟରେ ବାତ୍ୟା ସୃଷ୍ଟି ହୋଇ ଏକ ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିପାରେ ପାଣିପାଗ ବିଭାଗ ବୈଜ୍ଞାନିକ ଉମାଶଙ୍କର ଦାଶ ଏକ୍ସ ଆକାଉଣ୍ଟରେ ସୂଚନା ଦେଇ ଲେଖିଛନ୍ତି କି ’୨୦ ଅକ୍ଟୋବର ପାଖାପାଖି ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଝଡ ସୃଷ୍ଟି ହେବା ସମ୍ଭାବନା ରହିଛି । ୨୨ ଅକ୍ଟୋବର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇପାରେ ।’ ଏହି ଆକଳନ ପରେ ବଙ୍ଗୋପସାଗର ଓ ଆରବ ସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ସଚେତନ ରହିବାକୁ ପରାମର୍ଶ ଦିଆଯିବା ସହ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଚେନ୍ନାଇ ଓ ଆଖପାଖ ଅଞ୍ଚଳରେ ଗତ ୨ ଦିନ ଧରି ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଗୁରୁବାରରୁ ରବିବାର ପର୍ଯ୍ୟନ୍ତ ତାମିଲନାଡୁ, ପୁଡ୍ଡୁଚେରୀ ଓ କରାଇକଲ ଅଞ୍ଚଳରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ଥିବା ସୂଚନା ଦେଇଥିଲା ପାଣିପାଗ ବିଭାଗ । ଶୁକ୍ରବାର ବେଲ୍ଲର, ତିରୁପତୁର, କୃଷ୍ଣଗିରି, ଧର୍ମପୁରୀ, ସଲେମ ଓ ଇରୋଡ ଜିଲାରେ ଭିନ୍ନ ଭିନ୍ନ ସ୍ଥାନରେ ଭାରୀ ବର୍ଷା ହେବା ସମ୍ଭାବନା ରହିଛି । ଚେନ୍ନାଇ ଚେଙ୍ଗଲପଟ୍ଟୁ, କାଞ୍ଚିପୁରମ ଓ ତିରୁବଲ୍ଲୁର ଜିଲାର ଅନେକ ଅଞ୍ଚଳରେ ଗୁରୁବାର ଭାରୀ ବର୍ଷା ହୋଇଛି । ଏହା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାରେ ପାଣି ଭରିଯିବା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହୋଇଛି ।

 

Leave a Reply

Your email address will not be published. Required fields are marked *