ସ୍ୱାସ୍ଥ୍ୟ

ଚା ଓ କଫି ପିଉଛନ୍ତି କି ? ଯଦି ମାସେ ଯାଏଁ ଚା’ ଓ କଫି ନ ପିଅନ୍ତି କଣ ହେବ ? ଜାଣନ୍ତୁ…

Spread the love

ଚା ଓ କଫି ପିଇବା ଅନେକଙ୍କୁ ଖୁବ୍ ପସନ୍ଦ । ସକାଳୁ ଉଠିବା ମାତ୍ରେ ଚା କିମ୍ବା କଫି ନପିଇଲେ ଏମାନଙ୍କ ଦିନ ଭଲରେ କଟେନି । କିଛି ଲୋକ ଦିନକୁ ଦୁଇ କପ୍ ଚା କିମ୍ବା କଫି ପିଉଥିବାବେଳେ କେହିକେହି ଦିନକୁ ଚାରି କିମ୍ବା ପାଞ୍ଚ କପ୍ ପିଇଥାନ୍ତି । ଯଦି ଆପଣ ଏକ ମାସ ପାଇଁ ଚା ଏବଂ କଫି ପିଇବା ବନ୍ଦ କରନ୍ତି ତେବେ କ’ଣ ହେବ? ଆସନ୍ତୁ ଜାଣିବା…
ଚା ଏବଂ କଫି ଥକାପଣରୁ ମୁକ୍ତି ଦେଇପାରେ । କିନ୍ତୁ ଏହା ରକ୍ତଚାପ ବଢାଇଥାଏ । ଏହି ପାନୀୟରେ କାଫେନ୍ ଥାଏ । ଏକ ମାସ ପାଇଁ ଚା ଏବଂ କଫି ପିଇବା ବନ୍ଦ କରନ୍ତି, ତେବେ ରକ୍ତଚାପ ନିୟନ୍ତ୍ରଣରେ ରହିବ । ଚା ’ଛାଡିବା ଆପଣଙ୍କ ନିଦ ଉପରେ ସକାରାତ୍ମକ ପ୍ରଭାବ ପକାଇପାରେ । ଚା ’ଛାଡିବା ଦ୍ବାରା ଆପଣ ସଠିକ୍ ସମୟରେ ଶୋଇବାକୁ ସାହାଯ୍ୟ କରିଥାଏ । ଚା ଏବଂ କଫି ପରି ଗରମ ପଦାର୍ଥ ଦାନ୍ତ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହି କାରଣରୁ ଦାନ୍ତର ରଙ୍ଗ ମଳିନ ପଡ଼ିବା ସହ ଦାନ୍ତ ଦୁର୍ବଳ ହୋଇଯାଏ । ଯଦି ଚା ଏବଂ କଫି ପିଇବା ବନ୍ଦ କରନ୍ତି, ତେବେ ଆପଣଙ୍କ ଦାନ୍ତ ମୂଳ ରଙ୍ଗ ଅର୍ଥାତ ଧଳା ଦେଖାଯିବ ।

Leave a Reply

Your email address will not be published. Required fields are marked *