ଦେଶ ବିଦେଶ

‘ଏଲନ୍ ମସ୍କ ଏବଂ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ପ୍ୟାଚ୍‌ ଅପ୍! ଭାଇରାଲ ହେଲା ଫଟୋ

Spread the love

ଚଳଚ୍ଚିତ୍ରରେ ପ୍ରତି କାହାଣୀର ସମାପ୍ତି ପରେ ହାପି ଏଣ୍ଡିଂ ଦେଖିବାକୁ ମିଳେ । କିନ୍ତୁ ଏବେ ଆଜିକାଲି ସୋସିଆଲ ମିଡିଆରେ କିଛି ଚିତ୍ର ଭାଇରାଲ ହେଉଛି ଯାହାକୁ ଆପଣ ପସନ୍ଦ କରିବେ ନିଶ୍ଚୟ । କଥାଟି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ସତ ଟ୍ୱିଟର ମାଲିକ ଏଲନ୍ ମସ୍କ ଏବଂ ମେଟା ମାଲିକ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ବୃତ୍ତିଗତ ଶତ୍ରୁତାକୁ ସମାପ୍ତ କରିବାର କିଛି ମଜାଳିଆ ଦୃଶ୍ୟ ଦେଖାଇଛି AI । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତି ତ ଆପଣ ଜାଣିଥିବେ ଯେ, ଦୁନିଆର ଦୁଇଟି ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକମାନଙ୍କର ବୃତ୍ତିଗତ ଶତ୍ରୁତା ପରସ୍ପର ମଧ୍ୟରେ ଜାରି ରହିଛି । ଏଭଳି ପରିସ୍ଥିତିରେ, ଏଇ କିଛି ଚିତ୍ର ଯାହା ବୃତ୍ତିଗତ ତିକ୍ତତା ଠାରୁ ଦୂରେଇ ଯାଇଥିବା ଲୋକଙ୍କ ଭାବିବାକୁ ବାଧ୍ୟ କରିଛି । ଯଦିଓ, ଏହା ଘଟିବା ସମ୍ଭବ ନୁହେଁ, ତଥାପି ଏହି ଚିତ୍ରଗୁଡ଼ିକରେ ଲୋକମାନେ ଏଲନ୍ ମସ୍କ ଏବଂ ମାର୍କ ଜୁକରବର୍ଗ ଜୟ ଏବଂ ଭିରୁ ରୂପେ ଦେଖୁଛନ୍ତି । ଏଲନ୍ ମସ୍କ ଟ୍ୱିଟର ଏବଂ ଜୁକରବର୍ଗଙ୍କ ଏହି ବନ୍ଧୁତ୍ୱପୂର୍ଣ୍ଣ ଚିତ୍ର ଟ୍ୱିଟରରେ ସେୟାର କରାଯାଇଛି । ଏହି ଚିତ୍ରଗୁଡ଼ିକ AI ମାଧ୍ୟମରେ ସୃଷ୍ଟି ହୋଇଛି । କିନ୍ତୁ ଏହି ପରିକଳ୍ପନା ମଧ୍ୟ ବହୁତ ଭଲ ଦେଖାଯାଉଛି । ଏହି ଚିତ୍ରଗୁଡ଼ିକରେ, ମସ୍କ ଏବଂ ଜୁକର ବର୍ଗ ବନ୍ଧୁ ଭଳି ସମୁଦ୍ର କୂଳରେ ହାତ ଧରି ମଜା କରୁଥିବାର ଦେଖାଯାଏ । ଗୋଟିଏ ଫଟୋରେ ଦୁହେଁ ପରସ୍ପରକୁ ଜୋରରେ ଧରି ଫଟୋ ପାଇଁ ପୋଜ୍ କରୁଛନ୍ତି । ଅନ୍ୟ ଫଟୋରେ, ଉଭୟ ସମୁଦ୍ର କୂଳରେ ପୁଲ୍ ମଜା କରୁଥିବାର ନଜର ଆଲିଛନ୍ତି । ଏହି ଉଭୟ ମହାରଥୀ କାଜୁଆଲ୍ପି ଗେଟ୍‌ ଅପ୍‌ରେ ନଜର ଆସିଛନ୍ତି । ଯଦିଓ ଉଭୟ ଏକ ବଡ ସାମ୍ରାଜ୍ୟର ମାଲିକ । ଉଭୟଙ୍କ ମଧ୍ୟରେ ଏତେ ବନ୍ଧୁତ୍ୱପୂର୍ଣ୍ଣ ହେବା କଷ୍ଟକର ମନେହୁଏ । କିନ୍ତୁ ଏଆଇ ଏହାକୁ ଅତି ସହଜ କରିଦେଇଛି । ସେପଟେ ଏହି ଫଟୋ ଭାଇରାଲ ହେବା ପରେ ୮ ମିଲିୟନ ଲୋକ ଦେଖିସାରିଲେଣି ।

Leave a Reply

Your email address will not be published. Required fields are marked *