ଦେଶ ବିଦେଶCRIMEଅପରାଧ

ରଦ୍ଦ ହେଲା ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ।

Spread the love

ରଦ୍ଦ ହେଲା ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ । ଏନେଇ ଗ୍ରାଣ୍ଡ ମୁଫ୍ତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ ହୋଇଛି । ୟେମେନର ରାଜଧାନୀ ସାନାରେ ଏକ ହାଇ ଲେଭଲ ମିଟିଂ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଗତ୧୬ ତାରିଖରେ କେରଳ ନର୍ସ ନିମିଷାଙ୍କୁ ଫାଶୀ ହେବାର ଥିଲା । କିନ୍ତୁ ୧୫ ତାରଖରେ ଫାଶୀ ଘୁଞ୍ଚାଇଥିଲେ ୟେମେନ ପ୍ରଶାସନ । ବ୍ଲଡମନି ନେଇ ଗ୍ରାଣ୍ଡ ମୁଫତି କାନ୍ଥାପୁରମ ଏପି ଅବୁବାକର କଥାବାର୍ତ୍ତା ପାଇଁ ଅଗେଇ ଆସିବାରୁ ସ୍ଥଗିତ ହୋଇଥିଲା ମୃତ୍ୟୁ ଦଣ୍ଡ । ସ୍ଥଗିତ ରହିଥିବା ନିମିଷାଙ୍କ ମୃତ୍ୟୁଦଣ୍ଡ ଏବେ ସମ୍ପୂର୍ଣ୍ଣ ରଦ୍ଦ ହୋଇଛି । ତେବେ ୟେମେନ ସରକାରଙ୍କ ପକ୍ଷରୁ ବିଦ୍ଧିବଧ ଭାବେ ଏନେଇ ଘୋଷଣା ହୋଇନି ବୋଲି ଗ୍ରାଣ୍ଡ ମୁଫ୍ତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି । ଜଣେ ୟେମେନୀ ନାଗରିକଙ୍କ ହତ୍ୟା ଅଭିଯୋଗରେ ୨୦୧୭ ମସିହାରେ ନିମିଷା ପ୍ରିୟା ଗିରଫ ହୋଇଥିଲେ । ନିଜ ପାସପୋର୍ଟ ମୁକୁଳାଇବା ପାଇଁ ୟେମେନୀ ନାଗରିକ ମେହେଦିଙ୍କୁ ନିମିଷା ନିଶା ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଥିଲା । ଓଭରଡୋଜ ଯୋଗୁଁ ମେହେଦିଙ୍କର ମୃତ୍ୟୁ ହୋଇଥିଲା ।

୨୦୨୦ ମସିହାରେ ରେ ୟେମେନର ଟ୍ରାଏଲ କୋର୍ଟ ନିମିଷାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ୨୦୨୩ ମସିହାରେ ସୁପ୍ରିମ ଜୁଡିସିଆଲ କାଉନସିଲ ମଧ୍ୟ ତଳ କୋର୍ଟ ରାୟକୁ ବଜାୟ ରଖିଥିଲେ । ୨୦୨୪ ଡିସେମ୍ବର ୩୦ରେ ୟେମେନର ରାଷ୍ଟ୍ରପତି ରାଶାଦ ଅଲ-ଅଲିମୀ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଥିଲେ । ତେବେ ଶରିଆ ଆଇନ ଅନୁଯାୟୀ ବ୍ଲଡ ମନି ଦେଇ ବୁଝାମଣା କରିବାର ରାସ୍ତା ଖୋଲା ରଖିଥିଲେ ।

Leave a Reply

Your email address will not be published. Required fields are marked *