ଦେଶ ବିଦେଶ

ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

Spread the love

ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ଗତକାଲି ୯୨ ବର୍ଷ ବୟସରରେ ତାଙ୍କର ପରଲୋକ ହୋଇଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପାଇଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ।ଆଜି ପୂର୍ବାହ୍ନ ୧୧ଟାରେ କ୍ୟାବିନେଟ ବୈଠକ ପରେ ୭ ଦିନିଆ ଶୋକ ଘୋଷଣା ହୋଇପାରେ । ସେହିପରି ଆଜି ପାଇଁ ଥିବା ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। କଂଗ୍ରେସ ଦଳ ୭ ଦିନ ପର୍ଯ୍ୟନ୍ତ ଶୋକ ପାଳନ କରିବ । ୭ ଦିନ ପର୍ଯ୍ୟନ୍ତ ସମସ୍ତ ଦଳୀୟ କାର୍ଯ୍ୟକ୍ରମକୁ ବାତିଲ କରିଛି କଂଗ୍ରେସ । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ । ଦିଲ୍ଲୀ ଏମ୍ସରେ ପରଲୋକ ପରେ ମର ଶରୀରକୁ ତାଙ୍କ ବାସଭାବନକୁ ଅଣାଯାଇଛି । ଉଦାରୀକରଣ ଅର୍ଥନୀତିର ବିନ୍ଧାଣୀ ମନମୋହନ ସିଂ ଦୁଇ ଥର ପ୍ରଧାନ ମନ୍ତ୍ରୀ ଥିଲେ । ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷ ଧରି ୟୁପିଏ ସରକାର ଅମଳରେ ସେ ପ୍ରଧାନମନ୍ତ୍ରୀ ଥିଲେ ।

Leave a Reply

Your email address will not be published. Required fields are marked *