ଦେଶ ବିଦେଶ

ସୁରକ୍ଷ୍ୟାକର୍ମୀ ଉଡ଼ାଇଲେ ୨ ଆତଙ୍କୀ ଙ୍କ ଘର |

Spread the love

ପହଲଗାମ୍ ବଦଲା ମୁଡ୍‌ରେ ଭାରତ । ଆତଙ୍କବାଦୀ ଆକ୍ରମଣରେ ସାମିଲ ୨ ଜଣ ଆତଙ୍କବାଦୀଙ୍କ ଘରକୁ ମାଟିରେ ମିଶାଇ ଦେଲେ ସୁରକ୍ଷାବଳ । ବୋମା ପକାଇବା ସହ ବୁଲଡୋଜର ଚଢାଇ ଦୁଇ ଆତଙ୍କୀ ଆସିଫ୍ ଶେଖ୍ ଓ ଆଦିଲ ଗୁରୀର ଘର ଧ୍ୱଂସ କରିଦେଲେ ।

ଧାନମନ୍ତ୍ରୀ ମୋଦି କହିଥିଲେ, ଆତଙ୍କବାଦୀ ପାତାଳରେ ଥିଲେ ବି ଖୋଜି ଖୋଜି ମାରିବୁ । ଆଉ ରାତିରେ ଆତଙ୍କବାଦୀଙ୍କ ଘରକୁ ବୋମାରେ ଉଡାଇଦେଲେ ସୁରକ୍ଷାବାହିନୀ । ଜମ୍ମୁ-କାଶ୍ମରୀ ପହଲଗାମ୍ ଆକ୍ରମଣରେ ସାମିଲ ୨ ଜଣ ଆତଙ୍କବାଦୀଙ୍କ ଘର ମାଟିରେ ମିଶାଇ ଦିଆଯାଇଛି । ଗୁରୁବାର ରାତିରେ ସୁରକ୍ଷାବଳ ଆତଙ୍କବାଦୀ ଆସିଫ୍ ଶେଖର ଘରକୁ ବୋମାରେ ଉଡାଇ ଦେଇଛନ୍ତି । ଆସିଫ୍ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବର ସ୍ଥାନୀୟ କମାଣ୍ଡର ଏବଂ ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ତା’ର ଘର ଥିଲା । ସେହିପରି ଆଉ ଜଣେ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଗୁରୀର ଅନନ୍ତନାଗ ସ୍ଥିତ ଘରେ ବୁଲଡୋଜର ଚଢାଇ ଦିଆଯାଇଥିବା ସୂଚନା ମିଳିଛି

ସୁରକ୍ଷା ଏଜେନ୍ସିର ସୂଚନା ମୁତାବକ, ଆଦିଲ୍ ପହଲଗାମ୍‌ ଆତଙ୍କୀ ଆକ୍ରମଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ସେ ଅନନ୍ତନାଗ ବିଜବେହରା ନିବାସୀ ଅଟେ । ପହଲଗାମ୍ ଆକ୍ରମଣରେ ସେ ଆତଙ୍କବାଦୀଙ୍କ ଗାଇଡ୍‌ ଭାବରେ କାମ କରିଥିଲା । ଆଦିଲ ୨୦୧୮ରେ ଅଟାରୀ-ୱାଘା ବର୍ଡର ଦେଇ ପାକିସ୍ତାନ ଯାଇଥିଲା । ସେଠାରୁ ସେ ଆତଙ୍କବାଦ ଟ୍ରେନିଂ ଗ୍ରହଣ କରି ଗତବର୍ଷ ଜମ୍ମୁ-କାଶ୍ମୀର ଫେରିଥିଲା । ଗୁଇନ୍ଦା ସୂତ୍ର ଅନୁସାରେ, ପହଲଗାମ୍‌ରେ ହୋଇଥିବା ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରରେ ତା’ର ବଡ଼ ଭୂମିକା ଥିଲା । ଗୁଇନ୍ଦା ସୂତ୍ରରୁ ଏହି ସୂଚନା ମିଳିବା ପରେ ଗୁରୁବାର ରାତିରେ ଜମ୍ମୁ-କାଶ୍ମୀର ପ୍ରଶାସନ ଆଦିଲର ଘର ଉପରେ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦେଇଛି ।

କହିରଖୁଛୁ କି, ଜମ୍ମୁ-କାଶ୍ମୀର ପୋଲିସ ପୂର୍ବରୁ ୩ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିସାରିଛି । ସେମାନେ ହେଲେ ଆସିଫ୍ ଫୌଜି, ସୁଲେମାନ ଶାହ ଓ ଆବୁ ତଲହା । ଏହି ଆତଙ୍କବାଦୀଙ୍କ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏହି ଆତଙ୍କବାଦୀମାନେ ଗତ ୨୨ ତାରିଖ ଦିନ ପହଲଗାମ୍ ବୈସରନରେ ନରସଂହାର ରଚିଥିଲେ । ପରିବାର ସହ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ନାଁ ଓ ଧର୍ମ ପଚାରି ଗୁଳି ମାରି ହତ୍ୟା କରିଥିଲେ । ଏଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *