ରାଜ୍ୟ

ଜାନୁଆରୀ ୩ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

Spread the love

ଜାନୁଆରୀ ୩ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରାଥମିକ ଆକଳନ ଅୁଯାୟୀ, ଏହା ଅଧିକ ଘନୀଭୂତ ହେବ ।  ୨୮ ରୁ ୩୧ ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପାଗ ଆଂଶିକ ମେଘୁଆ ରହିବ । ପଶ୍ଚିମା ଝଡ ପ୍ରଭାବ ବିଶେଷ ପଡିବାର ସମ୍ଭାବନା ନାହିଁ । କିନ୍ତୁ ପଶ୍ଚିମାଝଡ ପ୍ରଭାବରେ ୨୮ରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ନୂଆପଡା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହୋଇପାରେ । ସେହିଭଳି ୨୯ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।ତେବେ ଜାନୁଆରୀ ପହିଲା ବେଳକୁ ଅନେକ ଅଞ୍ଚଳରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *