ରାଜ୍ୟ

ଧାନ କିଣା ଦାବିରେ ତାତିଲେ ଚାଷୀ

Spread the love

ଧାନ କିଣା ଦାବିରେ ତାତିଲେ ଚାଷୀ ।ରୟତ ସଂଘ ପକ୍ଷରୁ ୧୨ଘଣ୍ଟିଆ କାଶୀନଗର ବନ୍ଦ ଡାକରା ଦିଆଯାଇଛି ।  ଗଜପତି ଜିଲ୍ଲା କାଶୀନଗର ଷ୍ଟେଟ ବ୍ୟାଙ୍କ ଛକ ଓ ଠାକୁରାଣୀ ମନ୍ଦିର ନିକଟରେ ରାସ୍ତାରୋକ କରାଯାଇଛି। ଫଳରେ ପାରଳାଖେମୁଣ୍ଡି-ଗୁଣୁପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।ଚାଷୀଙ୍କୁ ଟୋକେନ ଦିଆଯାଇଥିଲେ ମଧ୍ୟ ମିଲର ଧାନ ଗ୍ରହଣ କରୁନାହାନ୍ତି। ମିଳିଥିବା ଟାର୍ଗେଟର ଧାନ ସଂଗ୍ରହ ହୋଇସାରିଛି।  ଅଧିକ ଟାର୍ଗେଟ ମିଳିଲେ ଧାନ ସଂଗ୍ରହ କରାଯିବ ବୋଲିି ମିଲର କହୁଛନ୍ତି ।ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସେପଟେ ଟୋକେନ ଅବଧି ସରିବାକୁ ବସିଲାଣି। ତେଣୁ ଚାଷୀ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Leave a Reply

Your email address will not be published. Required fields are marked *