ରାଜ୍ୟ

ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ

Spread the love

ଇଂରାଜୀ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।  ରାଜ୍ୟର ୨ହଜାର ୯୯୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଛନ୍ତି ୫ଲକ୍ଷ ୫୧ ହଜାର ପରୀକ୍ଷାର୍ଥୀ ।  ପ୍ରଥମ ଦିନ ପରୀକ୍ଷା ଭଲରେ ସରିଛି ।  ଯେହେତୁ ପରୀକ୍ଷା ଆରମ୍ଭ ଦିନ ବା ପ୍ରଥମ ଦିନ ସାହିତ୍ୟ ଥିଲା ।  କପି ରୋକିବାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଯେଉଁଥିରେ ପରୀକ୍ଷାର୍ଥୀ ଭଲ କରିଥିଲେ ବି ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ଆଜି ଇଂରାଜୀ ପରୀକ୍ଷା ରହିଛି। ତେଣୁ ମନରେ କୋଉଠି ନା କୋଉଠି ଟିକେ ଭୟ ରହିଛି। ତେଣୁ ଦ୍ୱିତୀୟ ଦିନ ବି ପରୀକ୍ଷା ସୁରୁଖୁରୁରେ ସମ୍ପାଦନ ହେବ ବୋଲି ଆଶା କରାଯାଉଛି। ପରୀକ୍ଷା ସୁପରିଚାଳନା ପାଇଁ ଏଥର ବିଶେଷ ବ୍ୟବସ୍ଥା କରାଯାଇଛି । କପି ରୋକିବାକୁ ୪୨ଟି ବୋର୍ଡ ସ୍କ୍ୱାଡ, ୭୨ଟି ଫ୍ଲାଇଂ ସ୍କ୍ୱାଡ ଗଠନ ହୋଇଛି ।

Leave a Reply

Your email address will not be published. Required fields are marked *