ପୁରୀରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି
ପୁରୀରେ ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି । ଏବେ ବି ପୁରୀରେ ବର୍ଷା ଜାରି ରହିଛି ।ମାର୍କେଟ ଛକ, ବଡ଼ଶଙ୍ଖ, ଭିଆଇପି ରୋଡ୍, ଫାୟାର ଷ୍ଟେସନ ସମ୍ମୁଖ, ଅବକାଶ ଲେନ, ଗଜପତି ନଗର, ସୁଦର୍ଶନ ନଗର, ମାଟିଆପଡ଼ା ଆଦି ଅଞ୍ଚଳରେ ପାଣି ଜମିଛି । ସେହିପରି ଗୁଣ୍ଡିଚା ମନ୍ଦିର ଆଖପାଖ ଅଞ୍ଚଳରେ ବି ପାଣି ଜମିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

