ରାଜ୍ୟର ୮ ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଟ୍ରଫଲାଇନ୍ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି । ଆଜି ରାଜ୍ୟର ୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମୟୂରଭଞ୍ଜ , ବାଲେଶ୍ବର, କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଲିଠୁ ରାଜ୍ୟରେ ପାଗ ଶୁଖିଲା ରହିବ।
ବର୍ତ୍ତମାନ ରାତି ତାପମାତ୍ରା ଅଧିକ ରହୁଥିବାବେଳେ ଏବେ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ। ଆସନ୍ତା ୨୭, ୨୮ ତାରିଖ ବେଳକୁ ଦିନ ତାପମାତ୍ରା ସାମାନ୍ୟ ବଢିପାରେ। ମାର୍ଚ୍ଚ ୧ରୁ ତାତି ବଢିପାରେ। ୧ ତାରିଖ ବେଳକୁ ଆଭୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ତାପମାତ୍ରା ୩୭ କିମ୍ବା ୩୮ ଡିଗ୍ରୀ ସେଲସିୟସ ତାତି ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

