ରାଜ୍ୟ

ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ

Spread the love

ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବନ୍ଦ। ବିବାଦ ଯୋଗୁ ମହାପ୍ରଭୁଙ୍କ ବନକଲାଗି ନୀତି ନେଇ ଦେଖାଯାଇଛି ଅନିଶ୍ଚିତତା। ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବୁଧବାର ଅର୍ଥାତ ଆଜି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଗଣମାଧ୍ୟମରେ ଆଜି ବନକଲାଗି ନେଇ ପ୍ରତିକ୍ରିୟା ରଖିଥିଲେ। କିନ୍ତୁ ଦତ୍ତମହାପାତ୍ର ସେବାୟତ ମାନେ ସହଯୋଗ କରିନଥିବାରୁ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ବନ୍ଦ ରହିଛି। ଦତ୍ତମହାପାତ୍ର ସେବକଙ୍କ କହିବା ଅନୁଯାୟୀ ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟସ୍ ସେ ପ୍ରତ୍ୟକ ଗୁରୁବାର ବନକଲାଗି ନୀତି ହେବାକଥା। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପରମ୍ପରାକୁ ଭାଙ୍ଗି ବୁଧବାର ବନକଲାଗି ନୀତି କରିବାକୁ ଚେଷ୍ଟା କରିଥିବାରୁ ଆଜି ଦତ୍ତମହାପାତ୍ର ସେବାୟତ ମାନେ ବନକଲାଗି ନୀତି ସମ୍ପାଦିତ କରିନାହାନ୍ତି। ଯାହାଫଳରେ ନୀଳାଦ୍ରିବିଜେ ଯିବାର 19 ଦିନ ପରେ ମଧ୍ୟ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇନାହିଁ।

Leave a Reply

Your email address will not be published. Required fields are marked *