ରାଜ୍ୟ

ଶୀତରେ ଥରୁଛି ସାରା ରାଜ୍ୟ, ୮ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା

Spread the love

ଶୀତରେ ଥରୁଛି ସାରା ରାଜ୍ୟ। କନ୍ଧମାଳ ଫୁଲବାଣୀ ଓ ଜି. ଉଦୟଗିରିରେ ତାପମାତ୍ରା ୮ ଡିଗ୍ରୀକୁ ଖସି ଆସିଲାଣି। ଆଗକୁ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଖସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଆଗାମୀ ୪ରୁ ୫ ଦିନ ଯାଏଁ ଏଭଳି ପାଗ ଲାଗି ରହିବ। କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ଆଜି କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଏବଂ ମୟୂରଭଂଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *