ଦୀପାବଳି ପୂର୍ବରୁ ବାଣ ଗୋଦାମରେ ରେଡ୍
ବିନା ଲାଇସେନ୍ସରେ ଚାଲିଥିଲା ବାଣ ବେପାର, ମାଡିବସିଲା ପୋଲିସ । ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ | ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଅଞ୍ଚଳରେ ପୋଲିସ ଚଢାଉ କରି ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ କରିଛି ।ପୋଲିସ ବାଣ ଜବତ କରିବା ସହ ବ୍ୟବସାୟୀ ସୁରଜ କିଷାନଙ୍କ ନାଁରେ ଖାତିଗୁଡ଼ା ଥାନାରେ ଏକ ମାମଲା ଦାୟର କରିଛି।ଆଗକୁ ଦୀପାବଳି ଆସୁଥିବାରୁ ସୁରଜ କିଷାନ ନାମକ ଜଣେ ବ୍ୟକ୍ତି ବିନା ଲାଇସେନ୍ସରେ ନିଜ ଗୋଦାମରେ ବାଣ ରଖି ବିକ୍ରି କରୁଥିଲେ। ରକେଟ, ଝୁରୁଝୁରି, ମରିଚ ବାଣ,ସୁତା ବାଣ, ଟାଇଗର ବମ୍ବ ଭଳି ଅନେକ ବାଣ ଜବତ ହୋଇଛି l

