ରାଜ୍ୟ

ରାଜ୍ୟରେ ଜାରି ରହିଛି ଶୀତ ଲହରୀ..

Spread the love

ରାଜ୍ୟରେ ଜାରି ରହିଛି ଶୀତ ଲହରି। ଆଗାମୀ ୪ ରୁ ୫ଦିନ ଯାଏଁ ପାଗ ଶୁଖିଲା ପାଗ ସହ ରାତ୍ରିକାଳୀନ ସର୍ବନିମ୍ନ ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ଆସିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିଛି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଗତକାଲି ରାଜ୍ୟର ୧୦ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି। କନ୍ଧମାଳ ଜି ଉଦୟଗିରି ଏବଂ ସୁନ୍ଦରଗଡ଼ କିରେଇରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଛି।

କିଛି ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି। ଆଜି ମଧ୍ୟ କେନ୍ଦୁଝର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି। …

ସେପଟେ ଶୀତଲହରୀକୁ ନଜରରେ ରଖି କଟକରେ ଖୋଲିଲାଣି ଶୀତବସ୍ତ୍ର ବଜାର । ତିବ୍ଦତିଆନ୍ ରିଫ୍ୟୁଜି ଓ ରାଜସ୍ଥାନ ବ୍ୟବସାୟୀ ମାନେ କଟକ ହାଡ଼ିଆପଠାରେ ଶୀତବସ୍ତ୍ର ବଜାର ଖୋଲିଥିବା ବେଳେ , କିଣାକିଣି କରିବାକୁ ଜମୁଛି ଗ୍ରାହକଙ୍କ ଭିଡ଼ ।…

Leave a Reply

Your email address will not be published. Required fields are marked *