ରାଜ୍ୟ

ଖତ ଗଦାରୁ ଟଙ୍କା ଜବତ ମାଟିତଳୁ ମିଳିଲା ୨୧ ଲକ୍ଷ

Spread the love

ଖତ ଗଦାରୁ ବିଡା ବିଡା ଟଙ୍କା ଜବତ କଲା ପୋଲିସ । ଜଳେଶ୍ୱର କମର୍ଦ୍ଦା ଥାନା ବଡମଣ୍ଡାରୁଣି ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ।ବଡମନ୍ଦାରୁଣୀ ଗାଁର ଉମାକାନ୍ତ ବେହେରାଙ୍କ ଜ୍ବାଇଁ ଗୋପାଳ ବେହେରା ହାଇଦ୍ରାବାଦରେ ଏକ ଆଗ୍ରୋ ଇଣ୍ତଷ୍ଟ୍ରିରେ ଦୀର୍ଘ ୧୦ ବର୍ଷ ଧରି କାମ କରିଆସୁଥିଲେ । ତେବେ ଗତ ୮/୯/୧୦ ତାରିଖ ତିନି ଦିନ ବ୍ଯାଙ୍କ ବନ୍ଦ ଥିବାରୁ କମ୍ପାନୀର ଲକରରେ ଟଙ୍କା ରଖାଯାଇଥିଲେ । ଯାହା ବିଷୟରେ ଜାଣିଥିଲେ ଗୋପାଳ । ଗୋପାଳ କୌଶଳ କ୍ରମେ ଟଙ୍କା ଚୋରି କରି ହାଇଦ୍ରାବାଦରେ ରହୁଥିବା ତାଙ୍କ ଶଳା ରବିନ୍ଦ୍ର ବେହାରାଙ୍କୁ ଟଙ୍କା ଦେଇ ଘରକୁ ପଠାଇ ଥିଲେ । ରବିନ୍ଦ୍ର ଜଳେଶ୍ବର ଷ୍ଟେସନ ଆସି ବାପା ମାଙ୍କୁ ଟଙ୍କା ଦେଇ ପୁଣି ହାଇଦ୍ରାବାଦ ଫେରି ଯାଇଥିଲେ । ବର୍ତ୍ତମାନ ରବିନ୍ଦ୍ର ହାଇଦ୍ରାବାଦରେ ଅଟକ ଥିବା ବେଳେ ରବିନ୍ଦ୍ରଙ୍କ ମାଙ୍କୁ ଏବେ ପୋଲିସ ଅଟକ ରହିଛି ।

 

Leave a Reply

Your email address will not be published. Required fields are marked *