ରାଜ୍ୟ

ରାଜଧାନୀ ଖଣ୍ଡଗିରିରେ ଜମୁଛି ମାଘମେଳା

Spread the love

ସାଧୁ ସନ୍ଥଙ୍କ ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ସାରା ପରିବେଶ । ବିଶ୍ୱର କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ପାଇଁ ୯ ଦିନ ଧରି ଖଣ୍ଡଗିରିରେ ଚାଲିଛି ଜପତପ । ସାଧୁସନ୍ଥମାନେ ବିଶ୍ବର କଲ୍ୟାଣ ପାଇଁ ଏଠାରେ ସିଦ୍ଧିର ସହ ଅଖଣ୍ଡ ଦୀପ ଜାଳି ପୂଜା କରୁଛନ୍ତି । ହୁଳହୁଳି ହରିବୋଲ ଘଣ୍ଟ ଘଣ୍ଟିରେ ଫାଟୁଛି ଖଣ୍ଡଗିରି । ସାଧୁସନ୍ଥଙ୍କ ଆଶିଷ ପାଇବାକୁ ଛୁଟି ଆସିଛନ୍ତି ହଜାର ହଜାର ଭକ୍ତ। ରାଜ୍ୟ ତଥା ରାଜ୍ୟ ବାହାରୁ ଏହାକୁ ଦେଖିବାକୁ ଲୋକେ ଆସୁଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କର ମଧ୍ୟ ଭିଡ଼ ଜମୁଛି । ବିଭିନ୍ନ ସାମଗ୍ରୀ କିଣିବା ସହ ଦୋଳି ଗୁଡିକର ମଜା ନେଉଛନ୍ତି ଦର୍ଶକ । ଚଳିତ ବର୍ଷ ଖଣ୍ଡଗିରିରେ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ସହ ଆଲୋକୀକରଣ ଓ ସ୍ଥାୟୀ ଜଳଯୋଗାଣ ପାଇଁ ମଧ୍ୟ ସୁବନ୍ଦୋବସ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *