ଦୁର୍ଘଟଣା ପରେ ୧୦ ଫୁଟ ତଳକୁ ଖସିଲା କାର
ବୌଦ୍ଧ ପଟୁ ଏକ କାର ଫୁଲବାଣୀ ଯାଉଥିବାବେଳେ ଚମ୍ପାପୁର ଛକରେ ପ୍ରଥମେ ଏକ ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଏହାପରେ ଗ୍ୟାରେଜରେ ଥିବା ବାଇକ ଉପରେ ଚଢିଯାଇ ୧୦ ଫୁଟ ତଳକୁ ଖସି ପଡିଥିଲା ।ଲୋକଙ୍କୁ ଧକ୍କା ଦେବା ପରେ କାରଟି ଏକ ଗ୍ୟାରେଜ ଉପରେ ମାଡି ଯାଇଥିଲା । ଫଳରେ ୪ରୁ ଉର୍ଦ୍ଧ୍ବ ମୋଟରସାଇକେଲ ଭାଙ୍ଗି ଚୁନା ହୋଇଯାଇଥିଲା । ଫଳରେ ଏଥିରେ ଜଣେ ମୃତ, ଦୁଇ ଗୁରୁତର ହୋଇଛନ୍ତି । କାରରେ ଥିବା ଦୁଇ ଜଣ ବ୍ୟକ୍ତି ଗ୍ରାମବାସୀ ଅଟକ ରଖିଥିବାବେଳେ ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥର ଚମ୍ପାପୁର ଛକରେ ଟାୟାର ଜାଳି ରାସ୍ତା ଅବରୋଦ କରିଛନ୍ତି ।

