ମାଘ ମେଳା ପାଇଁ ଉତ୍ସବମୁଖର ଭୁବନେଶ୍ବର ଖଣ୍ଡଗିରି
ଆଜିଠୁ ଖଣ୍ଡଗିରିରେ କୁମ୍ଭମେଳା |ବହୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଘଣ୍ଟ ଘଣ୍ଟା ବେଦ ମନ୍ତ୍ର ରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ମାଘ ସପ୍ତମୀରୁ ଧ୍ବନି ପ୍ରଜ୍ବଳିତ ହେଇ ମାଘ ପୂର୍ଣ୍ଣମୀରେ ପଡ଼ିବ ପୂର୍ଣ୍ଣାହୁତି । ବିଶ୍ୱର କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ପାଇଁ ୯ ଦିନ ଧରି ଖଣ୍ଡଗିରିରେ ଚାଲିବ ଜପତପ । ଖଣ୍ଡଗିରି ମେଳାରେ ଚଳିତ ଥର ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ମେଳାରେ ବହୁ ସଂଖ୍ୟାରେ ସ୍ବେଚ୍ଛାକର୍ମୀ ମାନେ ନିୟୋଜିତ ହେବେ ।ଅନ୍ୟପଟେ ମେଳା ବୁଲିବା ସଙ୍ଗେ ସଙ୍ଗେ ଚାରିପାଖର ପରିବେଶ କିପରି ସଫା ରହିବ ସେନେଇ ସଚେତନ ହେବାକୁ ଜନସାଧାରଣଙ୍କୁ ମଧ୍ୟ ଅପିଲ କରାଯାଇଛି । ମେଳାରେ ଲକ୍ଷଲକ୍ଷ ଲୋକଙ୍କ ଆଗମନ ହେତୁ ଏଠାରେ ପ୍ଲାଷ୍ଟିକ୍ ଜରି, ବୋତଲ ଓ ପଲିଥିନ୍ ଆଦିର ବହୁଳ ବ୍ୟବହାର ନେଇ ଆଶଙ୍କା ଉପୁଜିଛି। ମେଳାରେ ଅଂଶଗ୍ରହଣ କରୁଥିବା ଦୋକାନୀମାନେ ପ୍ଲାଷ୍ଟିକ୍ ବଦଳରେ କପଡ଼ା ବ୍ୟାଗ୍ ବ୍ୟବହାର କରିବାକୁ ନିବେଦନ କରାଯାଇଛି ।ପାନୀୟ ଜଳକୁ ଗୁରୁତ୍ୱ ଦିଆଯାଇଛି। ପବିତ୍ର ପଞ୍ଚକୁଣ୍ଡର ଖୁବ୍ଶୀଘ୍ର ପୁନରୁଦ୍ଧାର କରାଯିବ। ପ୍ରତି ୧୦୦ମିଟରରେ ଜଣେ ଲେଖାଏଁ ସ୍ୱଚ୍ଛ କର୍ମୀ ନିୟୋଜିତ ହେବେ। ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ସହ ଆଲୋକୀକରଣ ଓ ସ୍ଥାୟୀ ଜଳଯୋଗାଣ ପାଇଁ ମଧ୍ୟ ସୁବନ୍ଦୋବସ୍ତ କରାଯାଇଛି । ଖଣ୍ଡଗିରି ମେଳାରେ ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ସହ ସୁରକ୍ଷା ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ ମୋଟ ୮୦ଟି ସିସିଟିଭି କ୍ୟାମେରା ଲଗାଯାଇଛି ।

