ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ବୁଡ଼ ପକାଇଲେ ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷାଧିକ ଶ୍ରଦ୍ଧାଳୁ ।
ଆଜି ପବିତ୍ର ମାଘ ବୁଡ଼ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ବୁଡ଼ ପକାଇଲେ ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷାଧିକ ଶ୍ରଦ୍ଧାଳୁ । ମାଘ ସପ୍ତମୀ ଉପଲକ୍ଷେ, ବିଳମ୍ବିତ ରାତ୍ରିରେ କୋଣାର୍କ ଠାରେପୂଜିତ ଶ୍ରୀତ୍ରିବେଣୀଶ୍ୱର, ଶ୍ରୀ ଐଶାନେଶ୍ୱର ଏବଂ ଶ୍ରୀ ଦକ୍ଷିନେଶ୍ୱର ମହାଦେବ, ତିନୋଟି ବିମାନରେ ବିଜେ କରି ଚନ୍ଦ୍ରଭାଗା ତୀର୍ଥସ୍ଥଳରେ ପହଞ୍ଚିଥିଲେ । ପ୍ରଥମେ ଏହି ତୀର୍ଥର ପବିତ୍ର ଜଳରେ, ମହାସ୍ନାନ କରାଯାଇଥିଲା । ଏହାପରେ ସାଧୂସନ୍ଥ ଗଣ ବୁଡ଼ ପକାଇଥିଲେ । ସେମାନେ ଏହି ବୁଡ଼ ପକାଇବା ପରେ, ସମସ୍ତ ସାଧୁ ସନ୍ୟାସୀ ତଥା ସେବାୟତଙ୍କ ଦ୍ୱାରା ଆଳତୀ କରାଯାଇଥିଲା। ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ ହୋଇଛନ୍ତି। ଚଳିତ ବର୍ଷ ବୁଡ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚାରିଜଣ ଆଡିସିନାଲ ଏସ୍ପିଙ୍କ ସମେତ ୩୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।ପୋଲିସ ପକ୍ଷରୁ ୪ଜଣ ଆଡିସିନାଲ ଏସ୍ପିଙ୍କ ସହ ୧୨ଜଣ DSP, ୧୨୨ ଜଣ ASI, ୩୩ ପ୍ଲାଟୁନ ଫୋର୍ସ ଏବଂ ୨୦ଜଣ ଲାଇଫ ଗାର୍ଡ ମୁତୟନ ହୋଇଛନ୍ତି ।

