ରାଜ୍ୟ

ସୁଭଦ୍ରା କଲ୍ ସେଣ୍ଟର ଶୁଭାରମ୍ଭ କରିଛନ୍ତି। :ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Spread the love

ସୁଭଦ୍ରା ଯୋଜନା ସମ୍ପର୍କରେ ଜାଣିବା ପାଇଁ ସରକାରଙ୍କ ପକ୍ଷରୁ ସୁଭଦ୍ରା କଲ୍ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏହାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୁଭାରମ୍ଭ କରିଛନ୍ତି। ୧୪୬୭୮ ଟୋଲ ଫ୍ରି ନଂ ରେ ଫୋନ କରିପାରିବେ। କଲ ସେଣ୍ଟରକୁ ଫୋନ କରି ମହିଳାମାନେ ଯୋଜନା ସମ୍ପର୍କରେ ଥିବା ସନ୍ଦେହ ଦୂର କରିପାରିବେ। ସୁଭଦ୍ରା ଯୋଜନା ପାଇଁ ଆବେଦନର ଶେଷ ତାରିଖ ନାହିଁ। ୧୭ ତାରିଖ ପରେ ବି ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।ସେହିପରି ପୂର୍ବରୁ ସୁଭଦ୍ରା ଯୋଜନାର ୱେବ ପୋର୍ଟାଲ ମଧ୍ୟ ପୂର୍ବରୁ ଲୋକାର୍ପିତ ହୋଇଛି । www. subhadra. odisha. gov. in ପୋର୍ଟାଲ ମାଧ୍ୟମରେ ସୁଭଦ୍ରା ଯୋଜନା ସମ୍ୱନ୍ଧରେ ଜାଣିବା ପାଇଁ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି ।

ଏହା ଦ୍ବାରା ମହିଳାମାନେ ସହଜରେ, ସୁବିଧାରେ, ସବୁଠାରେ ସୁଭଦ୍ରା ବିଷୟରେ ପଢିପାରିବେ ଓ ବୁଝିପାରିବେ | ଏହାର ଉପାଦାନ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଦିଆଯାଇଛି । ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ହାୟିତ୍ଵ ସହ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଏହି ୱେବ ପୋର୍ଟାଲରେ ଉପଲବ୍ଧ ଅଛି। ସୁଭଦ୍ରା ସମ୍ବନ୍ଧୀୟ ଆପଣମାନଙ୍କ ମନରେ ଆସୁଥିବା ଯେକୌଣସି ପ୍ରଶ୍ନର ଉତ୍ତର ଏହି ୱେବ ପୋର୍ଟାଲରେ ମିଳିପାରିବ।

 

Leave a Reply

Your email address will not be published. Required fields are marked *